ଅନିୟମିତତା କୁ ନେଇ ଅଭିଯୋଗକଲେ ସରପଞ୍ଚ ସମିତି ସଭ୍ୟ ସଭ୍ୟା l
ତେନ୍ତୁଳିଖୁଣ୍ଟି, ୨୩/୦୩ ( ଶେଖର ଖୁରା ) : ନବରଙ୍ଗପୁର ପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକର ପନ୍ଦର ଗୋଟି ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ ସଭ୍ୟା ଆଜି ବ୍ଲକ ଉନ୍ନୟନ କାର୍ଯ୍ୟ ର ଅନିୟମିତା ଓ଼ ଦୁର୍ନୀତି ବିରୁଦ୍ଧରେ ସାତ ଦଫା ଦାବି ଲିଖିତ ଭାବେ ତେନ୍ତୁଳୀଖୁଣ୍ଟି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁ ଅଭିଯୋଗ କରାଯାଇଛି l ବ୍ଲକ ରୁ ପଞ୍ଚାୟତ ର ଉନ୍ନତି ମୂଳକ କାର୍ଯ୍ୟ କାର୍ଯ୍ୟ କାରି ହୋଇଥାଏ କିନ୍ତୁ ଏଥି ପ୍ରତି ଅବହେଳା କରା ଆଉଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତ ପ୍ରତିନିଧି. ଯାହା କି ଭାବିଲେ ଚକିତ କରିଥାଏ. ବିକଶିତ ଗାଁ ବିକଶିତ ଓଡିଶା ଯୋଜନା. କାର୍ଯ୍ୟ କାରି ହେଉଥିଲେ ମଧ୍ୟ କାହାକୁ ନ ଜଣାଇବା. ଦୀର୍ଘ ଛ ମାସ ହେଲା ସମିତି ବୈଠକ କରା ନ ଯିବା. ବ୍ଲକରେ କାର୍ଯ୍ୟକ୍ରମ ର ଖସଡ଼ା କାହାକୁ ନ ଜଣାଇ କାର୍ଯ୍ୟ କରିବା l ପୂର୍ଵ ଯୋଜନା ର ଉନ୍ନୟନ କାର୍ଯ୍ୟ ସମାପ୍ତ ହୋଇ ବିଲ ହୋଇ ଥିଲେ ସୁଦ୍ଧା ଅର୍ଥ ରାଶି କୁ ପ୍ରଦାନ ନ କରିବା , l ନୂତନ ରାସନ କାର୍ଡ କେତେ ଜଣ ଙ୍କର ହୋଇଛି ତାହାର ତାଲିକା ନ ଦେବା l ଗ୍ରୀଷ୍ମ ପ୍ରବାହ ପାଇଁ ପ୍ରତେକ ଗ୍ରାମ ପଞ୍ଚାୟତ ର ନଳକୂପ ଅଚଳ ହୋଇ ଥିବାରୁ ଯଥା ଶୀଘ୍ର ତାହାର ସରମଜାମ ଯୋଗାଇ ଦେବା ପାଇଁ ଅଭିଯୋଗ କରି ଥିବାର ଦେଖିବା କୁ ମିଳିଛି .ଏହି ଅଭିଯୋଗ ଦାବି ସମୟରେ ସରପଞ୍ଚ ବନିତା ନାୟକ. ସରପଞ୍ଚ ପ୍ରମିଳ। ମୁଦୁଲି. ସରପଞ୍ଚ କୃଷ୍ଣ ସଉରା. ସରପଞ୍ଚ ଟବା ନାୟକ, ସରପଞ୍ଚ ଅନାଦି ମାଝୀ, ରତ୍ନା ଜାନି, ସରପଞ୍ଚ କାର୍ତ୍ତିକ ମୁଦୁଲି, ସରପଞ୍ଚ ମନମହନ ଦଳପତି, ସମିତି ସଭ୍ୟ ଦିଲ୍ଲୀପ ପ୍ରଧାନୀ. ସମିତି ସଭ୍ୟ ଡୋମୁରୁ ଭତ୍ରା, ସମିତି ସଭ୍ୟ ସମନାଥ ସୌରା, ସମିତି ସଭ୍ୟା ବିନଦିନି ସିଂ. ସମିତି ସଭ୍ୟା ଜିତ୍ରା ହରିଜନ. ସମିତି ସଭ୍ୟ ସୁଧୀର ଖୁରା. ସମିତି ସଭ୍ୟା ମଧୁ ସ୍ମିତା ପାଣିଗ୍ରାହୀ, ସମିତି ସଭ୍ୟା ପ୍ରଭାତି କନ୍ଦ. ଉପସ୍ଥିତ ରହି ଅଭିଯୋଗ ପତ୍ର ପ୍ରଦାନ କରି ଥିଲେ. ଏହି ସମସ୍ୟା ର ସମଧାନ ନ କଲେ ଆଗାମୀ ଦିନ କୁ ବ୍ଲକ ସମ୍ମୁଖରେ ଧାରଣା ଦେଇ ପ୍ରତି ବାଦ କରାଯିବ ବୋଲି ଚେତାବନି ଦେଇଥିବା ଦେଖିବାକୁ ମିଳିଛି । ଅଭିଯୋଗ ଦାବି ସମୟରେ ସରପଞ୍ଚ ବନିତା ନାୟକ. ସରପଞ୍ଚ ପ୍ରମିଳ। ମୁଦୁଲି. ସରପଞ୍ଚ କୃଷ୍ଣ ସଉରା. ସରପଞ୍ଚ ଟବା ନାୟକ, ସରପଞ୍ଚ ଅନାଦି ମାଝୀ, ରତ୍ନା ଜାନି, ସରପଞ୍ଚ କାର୍ତ୍ତିକ ମୁଦୁଲି, ସରପଞ୍ଚ ମନମହନ ଦଳପତି, ସମିତି ସଭ୍ୟ ଦିଲ୍ଲୀପ ପ୍ରଧାନୀ. ସମିତି ସଭ୍ୟ ଡୋମୁରୁ ଭତ୍ରା, ସମିତି ସଭ୍ୟ ସମନାଥ ସୌରା, ସମିତି ସଭ୍ୟା ବିନଦିନି ସିଂ. ସମିତି ସଭ୍ୟା ଜିତ୍ରା ହରିଜନ. ସମିତି ସଭ୍ୟ ସୁଧୀର ଖୁରା. ସମିତି ସଭ୍ୟା ମଧୁ ସ୍ମିତା ପାଣିଗ୍ରାହୀ, ସମିତି ସଭ୍ୟା ପ୍ରଭାତି କନ୍ଦ. ଉପସ୍ଥିତ ରହି ଅଭିଯୋଗ ପତ୍ର ପ୍ରଦାନ କରି ଥିଲେ. ଏହି ସମସ୍ୟା ର ସମଧାନ ନ କଲେ ଆଗାମୀ ଦିନ କୁ ବ୍ଲକ ସମ୍ମୁଖରେ ଧାରଣା ଦେଇ ପ୍ରତି ବାଦ କରାଯିବ ବୋଲି ଚେତାବନି ଦେଇଥିବା ଦେଖିବାକୁ ମିଳିଛି ।
ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର l