କାହା ଚାପରେ ଆତ୍ମହତ୍ୟା କଲେ ପ୍ରଧାନ ଶିକ୍ଷକ, ନିରପେକ୍ଷ ତଦନ୍ତ ପାଇଁ ଦାବି କଲା ଜନଜାତି ସୁରକ୍ଷା ମଞ୍ଚ
ଝରିଗାଁ, ୦୩/୦୨ (ନକୁଳ ଭତ୍ରା) : ନବରଙ୍ଗପୁର ବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରତାଖଣ୍ଡିଗୁଡ଼ା ପଂଚାୟତ ସଦର ମହକୁମା ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟରଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଲେଖ ଚରଣ ଭକ୍ତଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିବା ସହ ନିରପେକ୍ଷ ତଦନ୍ତ ପାଇଁ ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ଝରିଗାଁ ପୋଲିସକୁ ଲିଖିତ ଭାବେ ଜଣାଇଛନ୍ତି। । ସ୍ୱର୍ଗତ ୬୧ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ନିରୀହ ବ୍ୟକ୍ତି ଥିଲେ। ତାଙ୍କ କାର୍ଯ୍ୟକଳାପକ ସହ୍ୟ କରି ନପାରି ବିଦ୍ୟାଳୟର ଏକ ଅସାଧୁ ଗୋଷ୍ଠୀ ନିର୍ଯ୍ୟାତନା ଦେଇ ଆସୁଥିଲେ।ଶେଷରେ ଏଭଳି ଚରମ ପଦକ୍ଷେପ ନେବା ପାଇଁ ବାଧ୍ଯ କରାଇଲେ ବୋଲି ଜନଜାତି ସୁରକ୍ଷା ମଞ୍ଚ ଅଭିଯୋଗ କରିଛି। ଏଠାରେ ପ୍ରକାଶ ଯେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଭକ୍ତଙ୍କୁ ଚଳିତ ବର୍ଷ ଦଶମ ପରୀକ୍ଷା ପାଇଁ ଝରିଗାଁ ବ୍ଲକ ଅନ୍ତର୍ଗତ କଲେଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ଵ ପ୍ରଦାନ କରାଯାଇଥିଲା।ଗତ ଫେବ୍ରୁଆରୀ ମାସ ୨୧ ତାରିଖ ଦିନ ଶ୍ରୀ ଭକ୍ତ କଲେଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସମସ୍ତ କାମ ଶେଷ କରି ଦିନ ୧୨ ଘଣ୍ଟା ୧୦ ମିନିଟରେ ବାହାରିଥିଲେ।ତେବେ ଶ୍ରୀ ଭକ୍ତ ଉମରକୋଟ ସହର ନିକଟସ୍ଥ ବଡ଼ଭରଣ୍ଡି ଗ୍ରାମରେ ରହୁଥିବା ବେଳେ ଘରେ ପହଞ୍ଚି ନଥୁଲେ।ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପାଇନଥିଲେ।ଶେଷରେ ଅଲେଖ ଚରଣ ଭକ୍ତଙ୍କ ଭାଇ ବାଲ୍ୟ ଭକ୍ତ ନିଖୋଜ ନେଇ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଝରିଗାଁ ପୋଲିସ ଲିଖିତ ଅଭିଯୋଗ ପାଇ ପ୍ରଧାନ ଶିକ୍ଷକଙ୍କୁ ଖୋଜିବା ଆରମ୍ଭ କରିଥିଲେ|ତେବେ ବିଭିନ୍ନ ସିସି ଟିଭି ପୁଟେଜରୁ ଗତ ମାସ ୨୧ ତାରିଖ ଦିନ ତଳେ ନିଖୋଜ ପ୍ରଧାନ ଶିକ୍ଷକ ଚନ୍ଦାହାଣ୍ଡି ସଦର ମହକୁମାର ଏକ ପେଟ୍ରୋଲ ପମ୍ପରେ ତେଲ ପକାଇ କଳାହାଣ୍ଡି ଅଭିମୁଖେ ଯାଇଥିବା ଝରିଗାଁ ପୋଲିସ ଜାଣିବାକୁ ପାଇଥିଲେ।ଶେଷରେ ଗତ ମାସ ୨୫ ତାରିଖ ଦିନ ଛତିଶଗଡ଼ ରାଜ୍ୟ ମେନପୁର ପୋଲିସ ଜଙ୍ଗଲରୁ ଶ୍ରୀ ଭକ୍ତଙ୍କ ଝୁଲନ୍ତା ଶବ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖୁଛନ୍ତି ।