ଅବସରକାଳୀନ ସମ୍ବର୍ଦ୍ଧନା ସଭା
ବରୀ, ୦୩/୦୩ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଭଅଁରା ପଞ୍ଚାୟତର ସଙ୍ଗେlଗଦେଇପୁର ପ୍ରଥାମିକ ବିଦ୍ୟାଳୟ ରୁ ଅବସରନେଇଥିବା ସହକାରୀ ପ୍ରଧାନଶିକ୍ଷକ ପିତାମ୍ବର ଓଝା ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହେlଇଥିଲା l ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ଦେବସ୍ମିତା ପଣ୍ଡା ଙ୍କ ସଭାପତି ତ୍ୱ ରେ ଅତିଥିଭାବେ ସାନେlଜ କୁମାର ବିଶ୍ୱାଳ,ଦାମୋଦର ସ୍ୱାଇଁ,ପ୍ରଶାନ୍ତ କୁମାର ମଲ୍ଲିକ, କୈଳାଶ ଚନ୍ଦ୍ର ଜେନା ଜଳଧର ସେନାପତି ପ୍ରମୁଖ ଯୋଗଦେଇ ଶିକ୍ଷକ ଜୀବନ ର ଅନୁଭୂତି ସମ୍ପର୍କ ରେ ନିଜ ନିଜ ର ବକ୍ତବ୍ୟ ପ୍ରଦାନ କରିଥିଲେ l ଚକ୍ରଧର ମୁଦୁଲି ଅତିଥି ପରିଚୟ ପ୍ରଦାନ ଦେlଇଥିବା ବେଳେ ପୂର୍ବତନ ସିଆରସିସି ମହେଶ୍ୱର ରାଉତ ମଞ୍ଚ ପରିଚାଳନା କରିଥିଲେ l ଏହି ଅବସରରେ ବିଦାୟୀ ଶ୍ରୀ ଓଝା ଙ୍କୁ ଅତିଥିମାନର ମାନପତ୍ର, ଉପଢେlକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଉକ୍ତ ଉତ୍ସବ ରେ ବିଭିନ୍ନ ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ, ସଭ୍ୟା ଗ୍ରାମବାସୀ, ଛାତ୍ର ଓ ଛାତ୍ରୀ ଉପସ୍ଥିତ ଥିଲେ