Hot Posts

6/recent/ticker-posts

ଗୋସେଇଁଦୋରା ଶିବରାତ୍ର ପାଇଁ ପ୍ରସ୍ତୁତି ବୈଠକ |

ଝରିଗାଁ, ୦୩/୦୩ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ଗୋସେଇଁଦୋରା ପର୍ଯ୍ୟଟନ ସ୍ଥଳୀରେ ଥିବା ମହାଦେବଙ୍କ ଶିବରାତ୍ର ପାଳନ ନିମନ୍ତେ ଆଜି ଗୋସେଇଁଦୋରା ଶିବ ମନ୍ଦିର ପରିଚାଳନା କମିଟି, ଝଳାଗୁଡା ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି |ଆୟୋଜିତ ଉକ୍ତ ବୈଠକରେ ଏକ ଶିବରାତ୍ର ପରିଚାଳନା କମିଟି ଗଠନ କରାଯିବା ସହିତ ଆସନ୍ତା ୯ତାରିଖ ଦିନ ଶିବରାତ୍ର କରାଯିବା ନେଇ ଦିନ ଧାର୍ଯ୍ୟ କରାଯାଇଛି |ପରିଚାଳନା କମିଟିର କର୍ମକର୍ତା ମାନଙ୍କ ମଧ୍ୟରେ ସଭାପତି ଭାବେ ମନୋଜ ନାୟକ, ସମ୍ପାଦକ ଭାବେ ରାମ ସାନ୍ତା, କୋଷାଧକ୍ଷ ଭାବେ ଭାଗ ସାନ୍ତାଙ୍କୁ ଚୟନ କରାଯାଇଥିବା ବେଳେ ଲକ୍ଷ୍ମୀଚନ୍ଦ୍ର ଗୌଡ଼ ବିଡ଼ିଓ ସାନ୍ତା, ଏସକେ ବାରୁ ରଥ ଗୌଡ଼, କେଶବ ସାନ୍ତା, ହରି ସାନ୍ତା, ହଳଧର ସାନ୍ତା, ମିନ ପାଇକ, ଚନ୍ଦ୍ର ସାନ୍ତା ପ୍ରମୁଖଙ୍କୁ କମିଟିର ସଦସ୍ୟ ଭାବେ ଚୟନ କରାଯାଇଛି |ବରାଗୁଡା, ଭଇସିବନ୍ଧା, ସମରଚଚରା, ବେସରା ଝରନ, ବାଘବେଡା, ପିତାମ୍ବର ସାହି, ଝଳାଗୁଡା, ପାଇକ ସାହି ଆଦି ଗ୍ରାମର ଜନସାଧାରଣ ମାନଙ୍କ ମିଳିତ ସହଯୋଗରେ ପ୍ରତିବର୍ଷ ଶିବରାତ୍ର ଅତି ଆଡମ୍ବର ଓ ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇ ଆସୁଥିବା ବେଳେ ଗୋସେଇଦୋରା ଶିବରାତ୍ର ଦେଖିବାକୁ ଝରିଗାଁ ବ୍ଳକ ତଥା ଆଖପାଖ ଅଞ୍ଚଳର ସହସ୍ରାଧିକ ଜନସାଧାରଣ ରୁଣ୍ଡ ହେଉଥିବା ଦେଖିବାକୁ ମିଳିଥାଏ |


ଝରିଗାଁ ରୁ ନକୁଳ ଭତ୍ରା ଙ୍କ ରିପୋର୍ଟ