Hot Posts

6/recent/ticker-posts

ଧୋଡ୍ରା ମଣ୍ଡେଇ ପାଇଁ ପ୍ରସ୍ତୁତି ବୈଠକ

ଝରିଗାଁ, ୦୩/୦୩ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ପ୍ରସିଦ୍ଧ ଧୋଡ୍ରା ମଣ୍ଡେଇ ବା ମାଁ ଇଂଲାଜୀନ ଯାତ୍ରା ପାଳନ କରିବା ନିମନ୍ତେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭିମାଗୁଡା ବାଲିଯାତ୍ରା ପଡ଼ିଆ ଠାରେ ଆୟୋଜିତ ଏହି ବୈଠକରେ ଆସନ୍ତା ମାର୍ଚ୍ଚ ୧୪/୦୩/୨୦୨୬ ତାରିଖରେ ଆରମ୍ଭ ହୋଇ ୧୮/୦୩/୨୦୨୬ ପର୍ଯ୍ୟନ୍ତ ଚାଲିବା ନେଇ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ମଣ୍ଡେଇକୁ ସୂଚାର ରୂପେ ପରିଚାଳନା କରିବା ପାଇଁ ସ୍ଥାନୀୟ ଗ୍ରାମବାସୀଙ୍କୁ ନେଇ ଏକ ପରିଚାଳନା କମିଟି ଗଠନ କରାଯାଇଛି । ଉକ୍ତ ବୈଠକରେ ସ୍ଥାନୀୟ ସରପଞ୍ଚ ମହେନ୍ଦ୍ର ଭତ୍ରାଙ୍କୁ ସଭାପତି ମନୋନୀତ କରିଯାଇଥିଲା । ଉପ ସଭାପତି ଦୁବରାଜ ସିଂ , ସଂପାଦକ କେଦାରେଶ୍ୱର ପଟ୍ଟନାୟକ , ସହ ସଂପାଦକ ରାକେଶ କୁମାର ଜେନା , କୋଷାଧ୍ୟକ୍ଷ ହେମନ୍ତ ପଲେଇ , ସହ କୋଷାଧ୍ୟକ୍ଷ ବଂଶୀଧର ଭୁୟାଁଙ୍କୁ ଚୟନ କରାଯାଇଛି । କାର୍ଯ୍ୟ ନିର୍ବାହ ସଭ୍ୟରୂପେ ସଦା ପୂଜାରୀ , କୃଷ୍ଣ ଗାଁଉଟିଆ , ମହେଶ୍ୱର ହରିଜନ, ବରୁଣ ପନକା , ସୁରେନ୍ଦ୍ର ପନକା , ଧନସିଂ ମଙ୍ଗଳୀ , ସୁତମ ହରିଜନ , ବନମାଳୀ ମହାନ୍ତି , ତ୍ରୀନାଥ ପୂଜାରୀ ପ୍ରମୁଖଙ୍କୁ ମନୋନୀତ କରିଯାଇଥିଲା । ଏହି ମଣ୍ଡେଇ ଯାତ୍ରାରେ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେଉଥିବାରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଉମରକୋଟ ପୋଲିସ ତରଫରୁ ସମସ୍ତ ପ୍ରକାରର ସହଯୋଗ ପାଇଁ ଅନୁରୋଧ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ମଣ୍ଡେଇ ଯାତ୍ରାରେ ଆନ୍ଧ୍ର ପ୍ରଦେଶ , ଛତିଶଗଡ଼ , ଝାଡ଼ଖଣ୍ଡ , ରାଜସ୍ଥାନ , ମୁମ୍ବାଇରୁ ବ୍ୟବସାୟୀ ମାନେ ଆସି ବ୍ୟବସାୟ କରିଥାନ୍ତି । ସେହିପରି ଧୋଡ୍ରା ଚାରିପାରାର ବ୍ୟୟଜୋଷ୍ଠ ବ୍ୟକ୍ତି ଅରୁଣ ପନକା , ମାଧବ ଭତ୍ରା , ସୁବାଷ ପନକା , ହନୁ ଗାଉଁଟିଆ , ଶତ୍ରୁଘ୍ନ ମାଝୀ ପ୍ରମୁଖଙ୍କୁ ନେଇ ଉପଦେଷ୍ଟା କମିଟି ସଭ୍ୟ ଭାବେ ମନୋନୀତ କରିଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ଚାରିପାରା ଧୋଡ୍ରାର ମାଝୀ , ପୂଜାରୀ , ଗାଣ୍ଡା , ଗାଉଁଟିଆ , ଚଲାନ ତଥା ସମସ୍ତ ୱାଡ ସଭ୍ୟ ଏବଂ ମାନ୍ୟଗଣ୍ୟ ଭଦ୍ର ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।