କୋଷାଗୁମୁଡା ବ୍ଳକ କଂଗ୍ରେସ କମିଟି ତରଫରୁ ଆଗାମି ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ବୈଠକ ଅନୁଷ୍ଠିତ
ନବରଙ୍ଗପୁର, ୧୫/୦୩ ( ଶେଖର ଖୁରା ) : ଆଜି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ର ସମସ୍ତ କଂଗ୍ରେସ ଦଳର ବରିଷ୍ଠ ଓ ଯୁବ କର୍ମୀ ମାନେ ସ୍ଥାନୀୟ ଜୁନାପାଣି ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ସହ କର୍ମୀଙ୍କୁ ବିଭିନ୍ନ ବର୍ଗରେ ଦାଇତ୍ଵ ପ୍ରଦାନ କରିଛନ୍ତି । ଅଗାମୀ ୨୦୨୭ନିର୍ବାଚନ କୁ ଆଖି ଆଗରେ ରଖି ବର୍ତ୍ତମାନ ବ୍ଲକ ଓ ଜିଲ୍ଲା ସ୍ତରୀୟ କଂଗ୍ରେସ କର୍ମୀ ଓ ନେତା ମାନେ ଗରୀବ, ଚାଷି, ଦୁଃଖୀ, ଦରିଦ୍ର,ଶାସନ ରେ ଥିବା ସରକାର ଙ୍କ ଚଡା ଦାମ ବୃଦ୍ଧି କୁନେଇ ଆଗାମୀ ଦିନ ରେ ବ୍ଲକ ଓ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ କୁ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି । କିଭଳି ଚାଷୀ ଙ୍କୁ ହଇରାଣ କରାଯାଉଛି, ସାଧାରଣ ଵର୍ଗ ର ଲୋକ, ଦିନ ଖଟୁଖିଆ ଶ୍ରମିକ ମାନକୁ ମୋହଙ୍ଗାଇ ରେ ଠେଲି ଛନ୍ତି ତାହାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି କଂଗ୍ରେସ ର ନେତା କର୍ମୀମାନେ ସରକାର ଙ୍କୁ ନିନ୍ଦା କରି କହିଛନ୍ତି । ଆଜିର ଏହିପରିପ୍ରେକ୍ଷୀରେ ପୂର୍ଵ ତନ ବିଧାୟକ ଭୁଜବଳ ମାଝୀ, କଂଗ୍ରେସ ଜିଲ୍ଲା ସଭାପତି ଡ଼ଃ ଲିପିକା ମାଝୀ, କୋଷାଗୁମୁଡ଼ା ବ୍ଲକ କଂଗ୍ରେସ ସଭାପତି ପଦ୍ମସାଇ ମାଳି, ପୂର୍ବତନ ବ୍ଲକ ଅଦକ୍ଷ ଗୀତାମଣି ସମରଥ, ଚିତ୍ତରଞ୍ଜନ ଗୌଡ଼, ପଦ୍ମନ ବିଶୋଇ, ବାବୁଲି ବାଘ, ଧନୁର୍ଜୟ ବିଶୋଇ, କେ ଏନ ରାଜୁ, ନେତୁ ପୂଜାରୀ, ଦୟାରାମ ପୂଜାରୀ, ରଘୁ ମାଝୀ,ଯୁଗଧର ହରିଜନ ପ୍ରମୁଖଙ୍କ ଶହ ଝରିଗାଁ, ଡ଼ାବୁଗାଁ,ଉମରକୋଟ, ନବରଙ୍ଗପୁର, ପାପଡାହାଣ୍ଡି ର ଶତାଧିକ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ ।.