Hot Posts

6/recent/ticker-posts

ଭାଙ୍ଗିଗଲା ୧୧ କେଭି ବିଦ୍ୟୁତ ଖୁଣ୍ଟ

ବରୀ, ୧୫/୦୩ ( ରଂଜିତ ମହାନ୍ତି ) : ଆଜି ମଧ୍ୟାହ୍ନରେ ବରୀ ମାଉଣ୍ଡ ପେଟ୍ରୋଲ ପମ୍ପ ନିକଟରେ ଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟଟି ହଠାତ ଭାଙ୍ଗି ପଡିଥିଲା । ଖୁଣ୍ଟଟି ଭାଙ୍ଗି ଯାଇ ଅନ୍ୟ ଏକ ଲୁହା ଖୁଣ୍ଟ ଉପରେ ପଡିଥିଲା । ଏ ନେଇ ଉପସ୍ଥିତ ଲୋକେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ କରିବାରୁ ସେ ଫୋନ ଉଠାଇ ନଥିଲେ । ପରେ ଏ ନେଇ ଉପଖଣ୍ଡ ଅଧିକାରୀଙ୍କୁ ଅବଗତ କରାଯାଇଛି । ସିମେଣ୍ଟ ଖୁଣ୍ଟଟି ଦୁର୍ବଳ ହୋଇ ପଡିବାରୁ ଭାଙ୍ଗି ଯାଇଥିବା ଦେଖୁବାକୁ ମିଳିଛି ।