କୋରାପୁଟ, ୧୩/୩ ( ସୁରେନ୍ଦ୍ର ଖୋସଲା ) : କୋରାପୁଟ ଡ ଆମ୍ବେଦକର ପାର୍କ ସମ୍ମୁଖ ରାଜ ରାସ୍ତା କଡ଼ରେ କୋରାପୁଟ କଂଗ୍ରେସ ତରଫରୁ Lpg ଗ୍ୟାସ ବା ରନ୍ଧନ ଗ୍ୟାସ କୁ ନେଇ ସୃଷ୍ଟି ହୋଇଥିବା ଅଚଳ ଅବସ୍ଥା ବିରୁଦ୍ଧରେ ବିକ୍ଷପ ପ୍ରଦର୍ଶନ କରାଯାଇଚି । ଏହି ରନ୍ଧନ ଗ୍ୟାସ ଅଚଳ ଅବସ୍ଥା ଯୋଗୁ ସାରା ଦେଶରେ ଗୃହିଣୀ ଓ ଉପୋଭୋକ୍ତା ମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ।ଏପରିକି ଅନେକ ହୋଟେଲ ବନ୍ଦ ହେବାରେ ଲାଗିଛି,ସାଧାରଣ ଲୋକ ଭୋକ ଉପାସରେ ସହର ମାନଙ୍କରୁ ଫେରିବା ଦେଖିବାକୁ ମିଳୁଚି । ଆତ୍ମ ନିର୍ଭରଶୀଳ ଭାରତ ବୋଲି ବିଜେପି ସରକାର ଡିମ୍ ଡିମା ପିଟୁଥିବା ବେଳେ ,ଦେଶରେ Lpg ଗ୍ୟାସ ଅଭାବ ଓ ଦର ଦାମ ବୃଦ୍ଧି ଯୋଗୁ ଦେଶରେ ହାହା କାର ବଢ଼ି ଚାଲିଛି । ଏ ସମସ୍ତ ବିଷୟ ନେଇ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରୂପକ ତୁରୁକ୍ ଙ୍କ ନେତୃତ୍ୱ ରେ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ କୃଷ୍ଣ କୁଲଦୀପ , କୋରାପୁଟ ମୁନିଶୀ ପାଲିଟୀ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଜୟନ୍ତ କୋଚିମ୍ ଏବଂ ବରିଷ୍ଠ କଂଗ୍ରେସ କର୍ମୀ ଭଗବାନ ବାହିନୀପତି ଏବଂ ଅନ୍ୟ କର୍ମ କର୍ତ୍ତା ସମେତ କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରି ବିଜେପି ସରକାର ବିରୁଦ୍ଧରେ ବିକ୍ଷପ ପ୍ରଦର୍ଶନ କରାଯାଇଛି । କୋରାପୁଟ ଜିଲ୍ଲା ମହିଳା କଂଗ୍ରେସ ମହିଳା ନେତ୍ରୀ ଶ୍ରୀମତୀ ସୁଶୀଳା ହିଆଲ୍ ଙ୍କ ସହିତ ଅନ୍ୟ କର୍ମୀ ମାନେ ଗ୍ୟାସ ଅଭାବରେ କାଠ ଜଳାଇ ରୋଷେଇ କରିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।
କୋରାପୁଟ ରୁ ସୁରେନ୍ଦ୍ର ଖୋସ୍ଲାଙ୍କ ରିପୋର୍ଟ ,ନବଦୂତ ନ୍ୟୁଜ୍,ଓଡ଼ିଶା ।
