Hot Posts

6/recent/ticker-posts

ପିଏମ୍‌ କିଷାନ ସମ୍ମାନ ନିଧିର ୨୨ତମ କିସ୍ତି ଜାରି: କୋରାପୁଟର ୬୮,୮୦୭ ଚାଷୀଙ୍କୁ ୧୩.୭୬ କୋଟି ଟଙ୍କା ସହାୟତା

କୋରାପୁଟ, ୧୩/୦୩ ( ବିପିନ କୁମାର ହିଆଲ ) : ଆଜି ୧୩ /୦୩/୨୦୨୬ ତାରିଖରେ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ର ୨୨ତମ କିସ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆସାମ ର ଗୌହାଟୀ ଠାରେ ଉନ୍ମୋଚନ କରାଯାଇଥିଲା। ଏହା ଦେଶର ସମସ୍ତ ସ୍ଥାନରେ ସିଧାପ୍ରସାରଣ କରାଯାଉଥିଲା। ଏହା କୋରାପୁଟ ଜିଲ୍ଲାର ସଧଭାବନା ସଭା ଗୃହରେ ପାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କୋରାପୁଟର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ,ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ,ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା କୋରାପୁଟ,କୃଷି ଜିଲ୍ଲା ଅଧିକାରୀ କୋରାପୁଟ,ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି କୋରାପୁଟ,KVK ର ବୈଜ୍ଞାନିକ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ। ଏବଂ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକର ୧୦୦ ଜଣ ଚାଷୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କୋରାପୁଟ ଜିଲ୍ଲାରେ ମୋଟ ହିତାଧିକାରୀ ଚାଷୀଙ୍କ ସଂଖ୍ୟା ୬୮୮୦୭ ଥିଲା ଯେଉଁମାନଙ୍କୁ ୧୩ କୋଟି ୭୬ ଲକ୍ଷ ୧୪ ହଜାର ଟଙ୍କାର ସହାୟତା ପ୍ରଦାନ କରାଗଲା ।


କୋରାପୁଟରୁ ବିପିନ କୁମାର ହିଆଲଙ୍କ ରିପୋର୍ଟ ନବଦୂତ୍ ନ୍ୟୁଜ୍