ହୋଟେଲ–ରେଷ୍ଟୁରାଣ୍ଟ କ୍ଷେତ୍ରରେ ବାଣିଜ୍ୟିକ LPG ଅଭାବ
ରାୟଗଡା, ୧୨ / ୦୩ ( ଭି. ଗୌରି ଶଙ୍କର ରାଓ ) : ରାୟଗଡା ଜିଲ୍ଲାରେ ହୋଟେଲ ଓ ରେଷ୍ଟୁରାଣ୍ଟ କ୍ଷେତ୍ର ବାଣିଜ୍ୟିକ LPG ସିଲିଣ୍ଡର ଅଭାବ ନେଇ ଗୁରୁତର ସମସ୍ୟା ସମ୍ମୁଖୀନ ହେଉଛି। ଏହାକୁ ନେଇ ରାୟଗଡା ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ୍ ଜିଲ୍ଲାପାଳ ଓ ଜିଲ୍ଲା ମ୍ୟାଜିଷ୍ଟ୍ରେଟଙ୍କୁ ଏକ ଅଭିଯୋଗପତ୍ର ଦେଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ ବାଣିଜ୍ୟିକ LPG ଯୋଗାଣରେ ବାଧା ସୃଷ୍ଟି ହେବାରୁ ଦୈନନ୍ଦିନ ବ୍ୟବସାୟ ଓ ଆତିଥ୍ୟ ସେବା ପ୍ରଭାବିତ ହେଉଛି। ଏହା ଅନେକ କର୍ମଚାରୀଙ୍କ ଜୀବିକା ଉପରେ ମଧ୍ୟ ପ୍ରଭାବ ପକାଇପାରେ। ସେହିପାଇଁ ସାଧାରଣ ଯୋଗାଣ ସ୍ଥିର ହେଉଅ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଘରୋଇ LPG ସିଲିଣ୍ଡର ବ୍ୟବହାରକୁ ଅନୁମତି ଦେବା ସହିତ ପଞ୍ଜିକୃତ ହୋଟେଲ ଓ ରେଷ୍ଟୁରାଣ୍ଟକୁ କମ୍ ସେ କମ୍ ଗୋଟିଏ ସିଲିଣ୍ଡର ଯୋଗାଣ କରିବାକୁ ସଂଘ ଅନୁରୋଧ କରିଛି।