Hot Posts

6/recent/ticker-posts

ଅବଧି ପୂରଣ ପରେ ବିନା ଲିଜ୍ ରେ ଚାଲିଛି ପିଚୁ ଓ ଚିପ୍ସ । ପ୍ରଦୂଷଣ ନେଇ ଗ୍ରାମବାସୀ ଅସନ୍ତୋଷ।

ଝରିଗାଁ, ୩୦/୦୩ (ନକୁଳ ଭତ୍ରା) : ରାସ୍ତା ନିର୍ମାଣ ପାଇଁ ପିଚୁ ପ୍ଲାଣ୍ଟ ସହ ଚିପ୍ସ ବଜରି ଭଳି ସାମଗ୍ରୀ ଉପଲବ୍ଧ କରିବାକୁ ସରକାରୀ ଜାଗାରେ କ୍ରସର୍ ଖୋଲା ଯାଇଥିଲା। ଝରିଗାଁ ବ୍ଲକ ଧାମାନା ଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଅର୍ଚିତ୍ ଗୁଡ଼ାରେ ରହିଛି ପ୍ଲାଣ୍ଟ। ଯାହାକି ନବରଙ୍ଗପୁର ଉମରକୋଟ ଜାତୀୟ ରାଜପଥ (୪୨) ଠାରୁ ତିନି କିମି ଦୂରରେ ରହିଛି ଏହି କ୍ରସର। ରାଜସ୍ବ ବିଭାଗ ସୂଚନା ପ୍ରକାରେ ଏଥିପାଇଁ ଲିଜ ମିଳିଥିଲା ନିରୋଜ ଅଗ୍ରୱାଲ ଙ୍କ ନାମରେ। ଯାହାକି ତାର ଅବଧି ପୂରଣ ହୋଇଥିବା ବେଳେ ବିନା ଲିଜରେ ଆଜକୁ ପ୍ରାୟ ତିନିମାସରୁ ଉର୍ଦ୍ଧ ସମୟ ଧରି କାର୍ଯ୍ୟକ୍ଷମ ହୋଇ ଆସୁଛି। ସାମଗ୍ରୀ ବାହି ଯାନବାହାନ ଚଳାଚଳ ସହ ପିଚୁ ମେସିନ ଚାଲୁ ରହୁଥିବାରୁ ଆଖପାଖ ଗ୍ରାମରେ ପ୍ରତ୍ୟକ୍ଷ ଭାବେ ପରିବେଶ ପ୍ରଦୂଷଣ ହେବାରେ ଲାଗିଛି। ଏହାର ପ୍ରଭାବରେ ପ୍ରଭାବିତ ହେଉଥିବା ଗ୍ରାମବାସୀ ପ୍ରଶାସନକୁ ଦୃଷ୍ଟି ଦେବାକୁ ଦାବି ପ୍ରକାଶ କରିଛନ୍ତି। ବିନା ଲିଜରେ ଠିକାଦାର ହର୍ଷବର୍ଦ୍ଧନ ବେହେରା ଏହାକୁ କାର୍ଯ୍ୟକାରୀ କରି ଆସୁଛନ୍ତି। ଏନେଇ ଝରିଗାଁ ତହସିଲଦାର ସୁମନ୍ତ କୁମାର ପାତ୍ରଙ୍କୁ କ୍ରସର ପ୍ଲାଣ୍ଟ ସମ୍ପର୍କରେ ପଚାରିବାରୁ ସଂପୃକ୍ତ ଅଞ୍ଚଳ ଦାୟୀତ୍ବ ରେ ଥିବା ରାଜସ୍ବ ନିରୀକ୍ଷକଙ୍କୁ ପ୍ରାଥମିକ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା କହିଥିଲେ। ଚଳିତ ବର୍ଷର ମାର୍ଚ୍ଚ ୧୩ / ୩ / ୨୬ - ରିଖରେ ଜି ମେମୋ ରେ ୧୫ ଦିନିଆ ନୋଟିଫିକେଶନ ପ୍ରଦାନ କରାଯାଇଥିଲା। ତହସିଲଦାର ଙ୍କ ସୂଚନା ପ୍ରକାରେ ଠିକାଦାର ହର୍ଷବର୍ଦ୍ଧନ ପୂର୍ବ ଲିଜ ଧାରୀ ନିରୋଜ୍ ଅଗ୍ରୱାଲଙ୍କ ଅବଧି ପୂରଣ ପରେ ବିନା ଲିଜରେ କ୍ରସର୍ କାର୍ଯ୍ୟକ୍ଷମ ନେଇ ତଦନ୍ତ ଚାଲିଥିବା କହିଥିଲେ। ଏହି ପ୍ରସଙ୍ଗରେ ଉପ ଜିଲ୍ଲାପାଳ ପ୍ରକାଶ ମିଶ୍ର ଅନୁଧ୍ୟାନ କରୁଥିବା ସୂଚନା ମିଳିଛି।