Hot Posts

6/recent/ticker-posts

କନ୍ଧମାଳ ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ଫୁଲବାଣୀ, ୨୫/୦୩ ( ବାଳକୃଷ୍ଣ କହଁର ) : ଖଜୁରୀପଡା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ନିକଟ ପୁରୁଣାପାଣି ଡ୍ୟାମ୍ ଠାରେ ନବ ନିର୍ବାଚିତ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ଦିବ୍ୟ ରଞ୍ଜନ ଡାକୁଆ ଙ୍କ ଆହ୍ୱାନ କ୍ରମେ ଜିଲ୍ଲା ର ସମସ୍ତ ମଣ୍ଡଳ ଯୁବମୋର୍ଚ୍ଚା ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଜିଲ୍ଲା ର ସମସ୍ତ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ମାନଙ୍କୁ ନବ ନିର୍ବାଚିତ ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ଦିବ୍ୟ ରଞ୍ଜନ ଡାକୁଆ ସମସ୍ତ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମସ୍ତ ଯୁବ ସଭାପତି ମାନଙ୍କୁ ଏକତ୍ରିତ କରି ଜିଲ୍ଲା ରେ ବିଜେପି ଯୁବ ସଂଗଠନ କିପରି ଶକ୍ତିଶାଳୀ ହେବ ସେ ନେଇ ଆଲୋଚନା କରିଥିଲେ ଏବଂ ସମସ୍ତେ ନିଷ୍ଠାପର, ଦୃଢ଼ ମନ ହୋଇ ଯୁବ ଗୋଷ୍ଠି ଙ୍କୁ ଏକତା ରେ ବାନ୍ଧି ହୋଇ ଦଳୀୟ ଭାବନା ରେ ଅନୁପ୍ରାଣିତ ହୋଇ ଦଳ କୁ ମଜଭୁତ୍ କରିବା କୁ ପରାମର୍ଶ ଦେଇଥିଲେ ଏଵଂ ଉପ ସଭାପତି କବିତା କହଁର ଯୁବ ଗୋଷ୍ଠି ଙ୍କୁ ନିଶା ଠାରୁ ଦୂର ରେ ରହିବା ପାଇଁ ଆହ୍ୱାନ ଦେବା ସହ ଦଳ କୁ ମହାନ୍ ଶକ୍ତି ଶାଳୀ ରେ ପରିଣତ କରିବା କୁ ପରାମର୍ଶ ଦେଇଥିଲେ। ଆଜିର ଏହି ଆୟୋଜନ ରେ ଶ୍ରୀ ଡାକୁଆ ଙ୍କ ର ଏହି ଦୂରଦୃଷ୍ଟି ସମ୍ପନ୍ନ ସମାବେଶ କାର୍ଯ୍ୟ କୁ ସମସ୍ତ ଉପସ୍ଥିତ ଯୁବ ମଣ୍ଡଳ ସଭାପତି ପ୍ରଶଂସା କରିଥିଲେ।



କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ