Hot Posts

6/recent/ticker-posts

ବିଜୁ ବାବୁଙ୍କ ୧୧୦ତମ ଜନ୍ମଜୟନ୍ତୀ: ଭବାନୀପାଟଣାରେ ବିଜେଡିର ଭବ୍ୟ ସ୍ମୃତିଚାରଣ ସଭା

ଭବାନୀପାଟଣା, ୦୬/୦୩ ( ବିଷ୍ଣୁ ଚରଣ ସ୍ୱାଇଁ ) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହା ସହିତ ଜିଲ୍ଲା ବିଜେଡି ପକ୍ଷରୁ ଭବାନୀପାଟଣା ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ସଭା ଓ ଆଲୋଚନା ଚକ୍ରରେ 'ସମୃଦ୍ଧ ଓଡ଼ିଶା ଗଠନରେ ବିଜୁ ବାବୁଙ୍କ ଭୂମିକା' ସମ୍ପର୍କରେ ଆଲୋକପାତ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ଯୁବ ଓ ମହିଳା ଜନତା ଦଳ ପକ୍ଷରୁ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ ପ୍ରସୂତି ବିଭାଗର ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ବିଜୁ ଜନତା ଦଳ କଳାହାଣ୍ଡି ତରଫରୁ ମେଡିକାଲ ଛକ ଠାରେ ଥିବା ବିଜୁବାବୁ ଙ୍କ ପ୍ରତିମୂର୍ତ୍ତି ଠାରେ ମାଲ୍ୟାର୍ପଣ କରାଗଲା ଓ ଜିଲ୍ଲା ମେଡିକାଲ ଠାରେ ଯୁବ, ଛାତ୍ର, ମହିଳା ଙ୍କ ଦ୍ୱାରା ଫଳ ବଣ୍ଟନ କରାଗଲା ଏବଂ ଭବାନୀପାଟଣା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ ସଭା ଅନୁଷ୍ଠିତ ହୋଇ ବିଜୁ ବାବୁଙ୍କର ସ୍ମୃତି ଚାରଣ କରାଯାଇ ଥିଲା । ଉକ୍ତ ସଭାରେ ବିଜୁ ଜନତା ଦଳର ସମସ୍ତ ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ ଏବଂ ପରେ ପରେ ବିଜୁ ଯୁବ ଜନତା ଦଳ ତରଫରୁ ମାଁ ମାଣିକେଶ୍ବରୀ ମନ୍ଦିର ବାହାରେ ବସିଥିବା ଅସହାୟ ଓ ଭିନ୍ନକ୍ଷମ ମାନଙ୍କୁ ଛତା ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଓଡିଶା ର ପ୍ରବାଦପୁରୁଷ,ମହାନ ଜନନାୟକ, ଆଧୁନିକ ଓଡ଼ିଶାର ନିର୍ମାତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ "ଭୂମିପୁତ୍ର" ବିଜୁ ପଟ୍ଟନାୟକ ଙ୍କ ୧୧0 ତମ ଜନ୍ମ ଜୟନ୍ତୀ ରେ ବିନମ୍ର ଶ୍ରଦ୍ଧାଞ୍ଜଳି.. ଆଜି ଭବାନୀପାଟଣା ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଆଲୋଚନା ଚକ୍ର ବିଷୟ:- ସମୃଦ୍ଧ ଓଡିଶା ଗଠନରେ ବିଜୁ ବାବୁଙ୍କ ଅବଦାନ ରେ କଳାହାଣ୍ଡି ବିଜୁ ଜନତା ଦଳ ଜିଲ୍ଲା ସଭାପତି ଶ୍ରୀ Pradipkumar Dishari ଙ୍କ ନିର୍ଦେଶ କ୍ରମେ ସଭାର ସଭାପତିତ୍ବ ପୂର୍ବତନ ମନ୍ତ୍ରୀ ଶ୍ରୀ Puspendra Singhdeo ମହୋଦୟ କରିଥିବା ବେଳେ ସଭାକୁ ପରଚଳନା କରିଥିଲେ ବରିଷ୍ଠ ବିଜେଡି ନେତା ଶ୍ରୀ #BhawaniShankarMishra ମହୋଦୟ ଓ ସଭା ର ଧନ୍ୟବାଦ ଜ୍ଞାପନ କରି ସଭା କୁ ସାଙ୍ଗ କରିଥିଲେ ବିଜେଡି ର ବରିଷ୍ଠ ନେତା ଜିଲ୍ଲା ଉପସଭାପତି ଶ୍ରୀ Dharmendra Naik ମହୋଦୟ ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ Abinash Thakur ଙ୍କ ନେତୃତ୍ୱ ରେ ଭବାନୀପାଟଣା ମେଡିକାଲ ଠାରେ ଫଳ ବଣ୍ଟନ କାର୍ଯ୍ୟକ୍ରମ ଓ ମାଣିକେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ଭିକ୍ଷୁ ମାନଙ୍କୁ ଛତା ଓ ରାସନ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା ଏଣୁ ଉକ୍ତ ସଭାରେ ଜିଲ୍ଲାର ସମସ୍ତ ସାଙ୍ଗଠନିକ ଜିଲ୍ଲା ପଦାଧିକାରୀ/ ପୂର୍ବତନ ବିଧାୟକ ବୃନ୍ଦ/ ଜିଲ୍ଲାର ସମସ୍ତ ବ୍ଲକ ଓ ନଗର ସଭାପତି ଗଣ /ସମସ୍ତ ଜିଲ୍ଲା ପରିଷଦ ବୃନ୍ଦ(ଅଧ୍ୟକ୍ଷ /ଉପାଧ୍ୟକ୍ଷା ସହିତ) , BCCB ଉପାଧ୍ୟକ୍ଷା / ଜିଲ୍ଲାର ସମସ୍ତ NACs / ମ୍ୟୁନିସିପାଲଟି କାଉନସିଲର ଗଣ(ଅଧ୍ୟକ୍ଷ/ ଉପାଧ୍ୟକ୍ଷା ସହିତ) , ଜିଲ୍ଲାର ସମସ୍ତ ରାଜ୍ଯ-ପଦାଧିକାରୀ, ସମସ୍ତ ଛାମୁଆ ସଂଗଠନ ଯଥା:- ଯୁବ, ମହିଳା, ଛାତ୍ର, ST/SC Cell,ଆଇନଜିବୀ ସେଲ୍ ଓ ସଂଖ୍ୟାଲଘୁ ସେଲ୍ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତଃ ଥିଲେ ସେ ଥିଲେ ଝଡ ର ଇଗଲ, ସେ ଥିଲେ କଳିଙ୍ଗ ଭୂମି ର ବରପୁତ୍ର, ସେ ଥିଲେ ଜଣେ ଦୁଃସାହାସିକ ପାଇଲଟ,ନବନିର୍ମାଣ ଓଡିଶା ର ମୁଖ୍ୟ ବିନ୍ଧାଣି, ଭାରତୀୟ ପଂଚାୟତ ରାଜ ର ସ୍ରଷ୍ଟା,, ଆଜି ସେହି ମହାନ ଜନନାୟକ ଙ୍କ ପୁଣ୍ୟ ଜନ୍ମ ତିଥି,



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ