Hot Posts

6/recent/ticker-posts

ହୋଲି ରେ ଅଘଟଣ,ପୋଖରୀରେ ବୁଡି ହଷ୍ଟେଲ ଛାତ୍ର ମୃତ ।

କଳାହାଣ୍ଡି, ୦୫/୦୩ ( ବିଷ୍ଣୁ ଚରଣ ସ୍ୱାଇଁ ) : ହୋଲି ରେ ଅଘଟଣ,ପୋଖରୀ ରେ ବୁଡି ହଷ୍ଟେଲ ଛାତ୍ର ମୃତ: ମେଦିନୀପୁର ଗାଁ ନିକଟସ୍ଥ ଏକ ପୋଖରୀ ରେ ହୋଲି ଖେଲି ସାରିବା ପରେ ଗାଧେଇବା କୁ ଯାଇ ଛାତ୍ର ମୃତ।ଛାତ୍ର ଜଣକ ଭବାନୀପାଟଣା ସ୍ଥିତ ମେଦିନିପୁର ଶାସ୍ତ୍ରୀ ଜୀ ଶିକ୍ଷା ନିକେତନ ର ନବମ ଶ୍ରେଣୀ ର ଛାତ୍ର ବୋଲି ଜଣାପଡିଛି।ହୋଲି ଖେଳି ସାରି ପୋଖରୀକୁ ଗାଧେଇବା କୁ ଯାଇଥିଲେ ଛାତ୍ର ।ଛାତ୍ର ଜଣକ ହଷ୍ଟେଲ ରେ ରହୁଥିଲେ। କୋକସରା ଥାନା ଝରିଆଗୁଡା ଗାଁ ର ନବମ ଶ୍ରେଣୀରେ ଛାତ୍ର ମନମଥ ସାହୁ ଙ୍କ ପୁଅ ସୌମ୍ୟରଞ୍ଜନ ସାହୁଙ୍କ ବୋଲି ଜଣାପଡିଛି। ବର୍ତ୍ତମାନ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଜାରି ରଖିଛି।