Hot Posts

6/recent/ticker-posts

ଜିଲ୍ଲା ପ୍ରଶାସନ ଓ ଏଚ୍.ଏ.ଏଲ୍ ସୁନାବେଡା ର ମିଳିତ ପ୍ରୟାସରେ ଭିନ୍ନକ୍ଷମ ମାନଙ୍କୁ ଇଲେକ୍ଟ୍ରିକ୍ ସ୍କୁଟର ବଣ୍ଟନ

କୋରାପୁଟ, ୨୭/୦୩ ( ବିପିନ କୁମାର ହିଆଲ ) : କୋରାପୁଟ ପୋଲିସ୍ ପଡିଆଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କୋରାପୁଟ ଜିଲ୍ଲା ପ୍ରଶାସନ ଓ ଏଚ୍.ଏ .ଏଲ୍ ସୁନାବେଡା ତରଫରୁ ଜିଲ୍ଲାର ୮୪ ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଏଚ.ଏ.ଏଲ (ସି.ଏସ୍. ଆର୍) ସହାୟତାରେ ଇଲେକ୍ଟ୍ରିକ୍ ସ୍କୁଟର ପ୍ରଦାନ କରାଯାଇଛି । ଏହି ପ୍ରଦାନ ଉତ୍ସବରେ ସମ୍ମାନିତ ଅତିଥି ଭାବରେ କୋରାପୁଟର ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ଯୱାନ୍ ମହାଜନ , ଶ୍ରୀ ଶ୍ରୀରଙ୍ଗ .ଏ. କୋଠେ , (ଇ.ଡି) ଏଚ୍. ଏ.ଏଲ୍ ସୁନାବେଡା , ଶ୍ରୀ କାଲୋଲ୍ ଭଟ୍ଟାଚାର୍ଯ୍ଯ (ଜି.ଏମ୍,ଇଞ୍ଜିନ ବିଭାଗ) ଶ୍ରୀ ସରୋଜ କୁମାର ପଣ୍ଡା ,ଜି.ଏମ୍ (ଏସ୍.ଇ.ଡି)ଶ୍ରୀ ବାଳକୃଷ୍ଣ ରାଓ ,ଏ.ଜି.ଏମ୍ , (ଅର୍ଥ ବିଭାଗ)ଶ୍ରୀ ରମାକାନ୍ତ ଦାଶ (ଡି.ଜି.ଏମ୍,ଏଚ୍ .ଆର୍) କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ ନାୟକ , ଡାକ୍ତର ଶ୍ରୀ ସାଇ ସ୍ୱରୂପ , ( ଏ.ଡି.ଏମ୍ .ଓ) ଯୋଗ ଦେଇଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ତରୁଣ ତପନ ପ୍ରହରାଜ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଜିଲ୍ଲାପାଳ ନିଜ ବକ୍ତବ୍ୟରେ ଏହି ସ୍କୁଟର ଜୀବନ ନିର୍ବାହରେ ସହାୟକ ହୋଇ ପାରିବ ବୋଲି ଭିନ୍ନକ୍ଷମ ମାନଙ୍କୁ ବାର୍ତ୍ତା ପ୍ରଦାନ କରିଥିଲେ । ଏଚ୍.ଏ.ଏଲ୍ ର ଇ.ଡି ଏହା ଏକ ସୁଯୋଗ ଏବଂ ଏହାର ସଦୁପଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ୫ ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ଶ୍ରୀ ଶଶିକାନ୍ତ ପଟ୍ଟନାୟକ , ଶ୍ରୀମତୀ ସ୍ମିତା ମହାପାତ୍ରଙ୍କ ସମେତ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଆନ୍ତରିକତାର ସହ ସହଯୋଗ କରିଥିବା ବେଳେ ଅଧ୍ୟାପକ ରବି ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।



କୋରାପୁଟରୁ ବିପିନ କୁମାର ହିଆଲଙ୍କ ରିପୋର୍ଟ୍ ନବଦୂତ୍ ନ୍ୟୁଜ୍