Hot Posts

6/recent/ticker-posts

କୃପାସିନ୍ଧୁ ବିଦ୍ୟାଭବନରେ ଜନଗଣନା ତାଲିମ ଶିବିର

ବରୀ, ୨୮/୦୩ ( ରଂଜିତ ମହାନ୍ତି ) : ଲାଗି ପ୍ରଥମ ପର୍ଯ୍ୟାୟରେ ଜନଗଣନାକାରୀ ଓ ପର୍ଯ୍ୟବେକ୍ଷକ ତାଲିମ ଶିବିର ବରୀ ବ୍ଲକର କୃପାସିନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆରମ୍ଭ ହୋଇଛି l ଆଜି ଦ୍ୱିତୀୟ ଦିବସ ହୋଇଥିବା ବେଳେ ପ୍ରଥମ ଦିବସ ଏହି ଶିବିରକୁ ବରୀ ତହସିଲଦାର ଦୀପ୍ତିମୟୀ ବେହେରା, ବରୀ ମଣ୍ଡଳ ସହ ଶିକ୍ଷାଅଧିକାରୀ ଜଳଧର ଖଟୁଆ ଉଦଘାଟନ କରିଥିବା ବେଳେ ଏଥିରେ ପ୍ରଥମ ଦିବସର ୨ଟି ଫେଜ ରେ ୧୦୦ ଜଣ ତାଲିମ ଶିବିର ରେ ଯୋଗ ଦେଇଥିଲେ l ପ୍ରଶିକ୍ଷକ ଭାବେ ଚିନ୍ମୟଦତ୍ତ ପାଢ଼ୀ, ସୈମ୍ୟରଞ୍ଜନ ନାୟକ, ସୀତାକାନ୍ତ ମଲ୍ଲିକ, ସତ୍ୟପ୍ରକାଶ ସ୍ୱାଇଁ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି l ଉକ୍ତ ଶିବିର ମାର୍ଚ୍ଚ ୨୫ତାରିଖ ଠାରୁ ଆରମ୍ଭ ହୋଇ ଏପ୍ରିଲ ୬ତାରିଖ ପର୍ଯ୍ୟନ୍ତ ଚାଲିବ। ବ୍ଳକର ମୋଟ ୩୨୬ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ତାଲିମ ନେବେ ବୋଲି ଜଣାଯାଇଛି l ତହସିଲ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟ କିରାଣୀ ଅଶୋକ ସ୍ୱାଇଁ, ସୁବ୍ରତ କୁମାର ଜେନା, କୃପା ବିଭବ ସାହୁ ଶିବିରକୁ ପରିଚାଳନା କରିଥିଲେ l