Hot Posts

6/recent/ticker-posts

ନିଆଁ ଲାଗି ପୋଡ଼ି ପାଉଁଶ ହେଉଛି ଜଙ୍ଗଲ, ବନ ଅଧିକାରୀ ଜଙ୍ଗଲ ସୁରକ୍ଷା ଦେବା ରେ ଅବହେଳା।

ଚନ୍ଦ୍ରପୁର, ୨୭/୦୩ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ଅନ୍ତର୍ଗତ ହନୁମନ୍ତପୁର, ରାଇବିଜି ନିକଟରେ ହୁତୁ ହୁତୁ ହୋଇ ଜଙ୍ଗଲ ରେ ଜଳୁଛି ନିଆଁ। ବନ ବିଭାଗ ଅଧିକାରୀ ନିଆଁ ଆୟତ୍ତ କରିବାରେ ବିଫଳ। ଏଭଳି ଜଙ୍ଗଲ ନିଆଁ ଦାଉରୁ ସୁରକ୍ଷା ସ୍ଥିତିରେ ବନ ଅଧିକାରୀଙ୍କ ଦେଖା ନାହିଁ। ଅନ୍ୟ ପଟରେ ଜଙ୍ଗଲ ନିଆଁ ଦାଉରୁ ଜଙ୍ଗଲ ରକ୍ଷା କରିବା ପାଇଁ ସୁରକ୍ଷା ନିମନ୍ତେ ପ୍ରଚାର ପ୍ରସାର ଚାଲୁଥିବା ବେଳେ ଏଠି କିନ୍ତୁ ଅଧିକାରୀ ମାନଙ୍କ ଉପସ୍ଥିତ ଶୂନ୍ୟ। ନାଁ କୁ ବାଃ ବାଃ ନେଇ ଜଙ୍ଗଲ ସୁରକ୍ଷା ରେ ସ୍ଲୋଗାନ ଦେଇ ପ୍ରତି ଗାଁ କୁ ଜଙ୍ଗଲ ସୁରକ୍ଷା ରେ ପ୍ରଚାର ଚାଲିଛି ସତ । କିନ୍ତୁ ଏହି ଅଞ୍ଚଳ ରେ ଏପର୍ଯ୍ୟନ୍ତ ଜଙ୍ଗଲ ସୁରକ୍ଷା ରେ ଅବହେଳା ଅଞ୍ଚଳ ବାସୀ। ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା ନାରା ରେ କମ୍ପି ଉଠେ କିଛି ଅଞ୍ଚଳ , ଅନ୍ୟ ପଟରେ ଜଙ୍ଗଲ ରେ ବାସ କରୁଥିବା କିଟ ପତଙ୍ଗ, ବନ୍ୟ ଜନ୍ତୁ ଙ୍କ ପ୍ରାଣରେ ଜୀବନ କଲ୍ ବଲ୍ ହେଇ ଜୀବନ ରକ୍ଷା ପାଇଁ ପ୍ରାଣ ବିକଳ ହେଉଥିବା, ହୁତୁ ହୁତୁ ହୋଇ ଜଳୁ ଥିବା ନିଆଁ ରେ ହିଁ ଅନୁଭବରୁ ଜଣାପଡୁଛି। ଜଙ୍ଗଲ ରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡି ପାଉଁଶ ହେଉଛି ଅଞ୍ଚଳ। ଏହି ଦିଗରେ ବନ ବିଭାଗ ପକ୍ଷରୁ ନିଆଁ ଆୟତ୍ତ କରାଯିବା ନେଇ ଯନ୍ତ୍ରପାତି ପ୍ରତି ବନ ବିଭାଗ ସେକ୍ସନ୍ କୁ ଜଗାଉଥିବା ବେଳେ ତାହା କେଉଁ ଠାରେ ପ୍ରୟୋଗ କରାଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଜଙ୍ଗଲ ସୁରକ୍ଷା ରେ ଚନ୍ଦ୍ରପୁର ବନ ଅଧିକାରୀ ଙ୍କ କେତେ ମାତ୍ରାରେ ତତ୍ପରତା ତାହା ଦେଖିବାକୁ ବାକି ରହିଲା।