Hot Posts

6/recent/ticker-posts

ଜୟପୁର ଆରସିଏମଏସର ବାର୍ଷିକ ସାଧାରଣ ପରିଷଦ ବୈଠକ।

ଜୟପୁର, ୦୨/୦୩ ( ଏ. ଭେଙ୍କଟ ରାଓ ) : ସମବାୟ ବିଭାଗର ଆରସିଏମଏସ କାର୍ଯ୍ୟାଳୟ ପରିସରରେ ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ସୁକାନ୍ତ ତ୍ରିପାଠୀ ମାମା ଙ୍କ ଆହ୍ବାନ କ୍ରମେ ଆୟୋଜିତ ଏହି ବୈଠକରେ ଆରସିଏମଏସର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ପ୍ରାରମ୍ଭରେ ସମ୍ପାଦକ ବାର୍ଷିକ ବିବରଣୀ ପାଠ କରିଥିଲେ। ଗତବର୍ଷର ସାଧାରଣ ସଭାର କାର୍ଯ୍ୟପନ୍ଥା ପଢିବା ସହ ଆଗାମୀ ଦିନର କାର୍ଯ୍ୟପନ୍ଥା ମଧ୍ୟ ପାଠ କରିଥିଲେ। ୨୦୨୬-୨୭ ବର୍ଷ ପାଇଁ ସମାଜର ବଜେଟ ଆକଳନ ଅନୁମୋଦନ, ପ୍ରଶାସନିକ ଭବନରେ ବ୍ୟବସାୟିକ ଗୃହ ନିର୍ମାଣ ଏବଂ ଖୋଲା ସ୍ଥାନ ବଣ୍ଟନ ନିମନ୍ତେ ଆଲୋଚନା କରାଯାଇଥିଲା। ଯେଉଁ ମାନେ ଷ୍ଟଲ ପାଇଁ ଆବେଦନ କରିଛନ୍ତି ସେମାନଙ୍କ ସିକ୍ୟୁରିଟି ଟଙ୍କାରେ ଆରସିଏମସ ଦୋକାନ ଗୃହ ନିର୍ମାଣ କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୁଦୀପ ପଦାର, ଟୁଇଙ୍କଲ ମିଶ୍ର, ଅରୁଣ ଭଟ୍ଟମିଶ୍ର, ସୁବାସ ସାହୁଙ୍କ ସମେତ ଅନ୍ୟ ନିର୍ଦ୍ଧେଶକ ମାନେ ଉପସ୍ଥିତ ଥିଲେ।