ଲଡୁଗାଁ ଠାରେ ନିଶୁକ୍ଳ କୁତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର
କଳାହାଣ୍ଡି, ୧୬/୦୩ ( ବିଷ୍ଣୁ ଚରଣ ସ୍ୱାଇଁ ) : କୋକସରା ବ୍ଲକ ଲଡୁଗାଁ ମାରୱାଡି ଯୁବା ମଞ୍ଚ ପକ୍ଷରୁ ଆଜିଠାରୁ ରୁ ୧୮ ତାରିଖ ପର୍ଯ୍ୟନ୍ତ ନିଶୁକ୍ଳ କୁତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଶ୍ରୀ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତି ରାଞ୍ଚି ର ମିଳିତ ସହଯୋଗରେ ଲଡୁଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବିଭିନ୍ନ ଅଞ୍ଚଳ ରୁ ଭିନ୍ନକ୍ଷମ ହିତାଧିକାରୀ ମାନେ ଆସି ରେଜିଷ୍ଟ୍ରେସନ ସହ ଡାକ୍ତର ଙ୍କ ଠାରୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଭିନ୍ନକ୍ଷମ ହିତାଧିକାରୀ ଙ୍କୁ ମାଗଣା ରେ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ପାଇଁ ବ୍ୟବସ୍ଥା କରିଛନ୍ତି।ରୋଗୀ ଙ୍କ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବ।ମାରୱାଡି ଯୁବା ମଞ୍ଚ ଲଡୁଗାଁ ଶାଖା ର ସଭାପତି ସାହିଲ ଅଗ୍ରୱାଲ, ସଚିବ ଗୌରବ ଅଗ୍ରୱାଲ, କାର୍ଯ୍ୟକାରୀ ଅଧ୍ୟକ୍ଷ ରୋନକ ଅଗ୍ରୱାଲ, ସଦସ୍ୟ ରାଜୀବ କୁମାର ଅଗ୍ରୱାଲ,ସମୀର ଅଗ୍ରୱାଲ, ଅମିତ ଅଗ୍ରୱାଲ,ଶ୍ୟାମୁ ଶର୍ମା,ପଙ୍କଜ ଅଗ୍ରୱାଲ ପ୍ରମୁଖ ସୂଚନା ଦେଇଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧୂ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ