Hot Posts

6/recent/ticker-posts

ରିଷିଡା ଝାମୁଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

କର୍ଲାମୁଣ୍ତା, ୨୫/୦୩ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ତା ବ୍ଲକ ରିଷିଡା ଠାରେ ଆଗାମୀ ଚୈତ୍ର ମାସରେ ହେବାକୁ ଥିବା ଝାମୁଯାତ୍ରା ଓ ପଣାସଂକ୍ରାନ୍ତି ପାଇଁ ପ୍ରସ୍ତୁତି ବୈଠକ ସ୍ଥାନୀୟ ମାଁ ତାରିଣୀ ଅଷ୍ଟଚଣ୍ଡୀ ଶୈବଶକ୍ତି ମନ୍ଦିର ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆୟୋଜକ ପରିଚାଳନା କମିଟି ସଭାପତି କୈଳାସ କୁମୁରା, ସଂପାଦକ ସୁଶାନ୍ତ ମଲ୍ଲିକ, ମୁଖ୍ୟ ପରାମର୍ଶଦାତା ନନ୍ଦକିଶୋର ରଣା, ହୁଦାନନ୍ଦ ମଲ୍ଲିକ, ମହିମା ରଣା, ଦୁତିଆ ରଣା, ସେଷ ରଣା, ବୁହସ୍ପତି ରଣା, ବିଷ୍ଣୁରଣା, ମଣ୍ଟୁ ରଣା, ପିତାମ୍ବର ରଣା, ସୁଯ୍ଯମଣି ରଣା, ସେବାୟତ ଏବଂ ଗ୍ରାମର ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେଇଥିଲେ। ଆଗାମି ଚୈତ୍ର ଝାମୁଯାତ୍ରା ଓ ପଣା ସଂକ୍ରାନ୍ତି ଙ୍କୁ ମହାସମାରୋହରେ ପାଳନ କରିବା ପାଇଁ ଆଲୋଚନା କରାଯାଇଥିଲା ।