ବରୀ ପକ୍ଷରୁ ଦସ୍ତଖତ ଅଭିଯାନର ଶୁଭାରମ୍ଭ
ବରୀ, ୨୫/୦୩ ( ରଂଜିତ ମହାନ୍ତି ) : ବରୀ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ସମାଧାନ କରିବାକୁ ଉଦ୍ୟମ କରିବାକୁ ଗଠିତ ହୋଇଛି “ଜାଗ୍ରତ ବରୀ” ସଂଗଠନ । ପୂର୍ବରୁ ବରୀ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ତାର କିଭଳି ସମାଧାନ କରାଯିବ ସେ ନେଇ ଆଲୋଚନା ହୋଇଥିଲା । ଗତକାଲି ବରୀର ପ୍ରମୁଖ ରାସ୍ତାରେ ଥିବା କନ୍ତକାର ସେତୁର ଉଭୟ ପଟ ବାଡ଼ା ନିର୍ମାଣ ପାଇଁ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ଦେବାକୁ ନିଷ୍ପତି ହାଇଥିଲା । ଏହା ପରେ ସଂଗଠନ ପକ୍ଷରୁ ଏକ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଏହି ବୈଠକରେ ବରିଷ୍ଠ ସାମାଜିକ କର୍ମୀ ଫକୀର ସିଂ, ବିଶିଷ୍ଠ ଶିଳ୍ପୀ ଅକ୍ଷୟ କୁମାର ବେଉରିଆ, ଯୁବ ସାମାଜିକ କର୍ମୀ ବିବେକାନନ୍ଦ ନାଥ, ସାମ୍ବାଦିକ ସଞ୍ଜୟ କୁମାର ବେହେରା, ଅଶୋକ କୁମାର ପଣ୍ଡା, ଜ୍ୟୋତି ରଞ୍ଜନ କର, ସେକ ଜବିରୁଦ୍ଧିନ, ସ୍ମରଜିତ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଫକୀର ସିଂ ଦସ୍ତଖତ ଅଭିଯାନର ନେତୃତ୍ୱ ନେଇ କିଭଳି ସର୍ବାଧିକ ବ୍ୟକ୍ତି ବିଶେଷ ଏହି ଦସ୍ତଖତ ଅଭିଯାନରେ ସାମିଲ ହେବେ ସେ ବିଷୟରେ ମତବ୍ୟକ୍ତ କରିଥିଲେ ।