Hot Posts

6/recent/ticker-posts

ବିଧବା ଭତ୍ତାରୁ ବଂଚିତ ବିଧବା ମହିଳା |

ଝରିଗାଁ, ୩୧/୦୩ (ନକୁଳ ଭତ୍ରା) : ସ୍ୱାମୀ ମୃତ୍ୟୁକୁ ଦୀର୍ଘ ଦୁଇ ବର୍ଷ ବିତିଯାଇଥିଲେ ସୁଦ୍ଧା ଏଯାଏ ବିଧବା ଭତ୍ତାରୁ ବଂଚିତ ରହିଛନ୍ତି ଜଣେ ବିଧବା ମହିଳା |ଏଭଳି ଏକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାନାକୋଟ ପଂଚାୟତ ଅନ୍ତର୍ଗତ ପୂର୍ଲା ଗ୍ରାମରୁ |ଗ୍ରାମର ବାନ ଭତରା (55)ଙ୍କ ସ୍ୱାମୀ ହରିଶ୍ଚନ୍ଦ୍ର ଭତରାଙ୍କ ଦୁଇବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ |ତେବେ ଠାରୁ ଆଜିଯାଏ ବାନ ବିଧବା ଭତ୍ତା ପାଇଁ ବାରମ୍ବାର ଆବେଦନ କରି ଆସୁଛନ୍ତି, ତଥାପି ସେ ବିଧବା ଭତ୍ତାରୁ ବଂଚିତ ରହିଛନ୍ତି |ବାନ ଙ୍କ କହିବା ପ୍ରକାରେ ବିଧବା ଭତ୍ତା ପାଇଁ ସେ ସ୍ଥାନୀୟ ପିଇଓ ଓ ସରପଞ୍ଚଙ୍କୁ ଅନେକ ଥର ଆବଶ୍ୟକୀୟ କାଗଜପତ୍ର ଦେବା ସହିତ ଅନେକ ଥର ଅନଲାଇନ ଆବେଦନ ବି କରି ସାରିଛନ୍ତି |ତଥାପି ବି ଏଯାଏ ପ୍ରଶାସନର ସୁଦୃଷ୍ଟି ବାନ ଙ୍କ ପଡିନଥିବା ସେ ଦୁଃଖର ସହିତ ପ୍ରକାଶ କରିଛନ୍ତି |ହରିଶ୍ଚନ୍ଦ୍ରଙ୍କ ଦେହାନ୍ତ ପରେ ବାନା ତାର ପୁଅବୋହୁ ଙ୍କ ସହିତ ଅତି ଦୟନୀୟ ଭାବେ ଜୀବନ ଯାପନ କରୁଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି |ଯଦି ସରକାରୀ ସୁବିଧା କଥା କହିବା ତେବେ ବାନ ଙ୍କ ପରିବାରକୁ 15କିଲୋ ଚାଉଳ ହିଁ ମାତ୍ର ମିଳୁଛି |ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ପାଇଁ ସେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ଆଜି ଯାଏ ସରକାରଙ୍କ ଆବାସ ଯୋଜନାରେ ସାମିଲ ହୋଇ ପାରିନାହାନ୍ତି |ତେଣୁ ପ୍ରଶାସନ ତୁରନ୍ତ ଏହି ବିଧବା ମହିଳାଙ୍କୁ ବିଧବା ଭତ୍ତା ସାଙ୍ଗକୁ ଏକ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗେଇ ଦେବା ପାଇଁ ସାହି ବାସିନ୍ଦା ସବୁ ଦାବୀ କରିଛନ୍ତି |