Hot Posts

6/recent/ticker-posts

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହ ଶିକ୍ଷକଙ୍କ ଅନ୍ୟତ୍ର ବଦଳି ପାଇଁ ଏସଏମସି ମେମ୍ବର ଓ ଗ୍ରାମବାସୀଙ୍କ ଦାବୀ |

ଝରିଗାଁ, ୩୧/୦୩ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାନୁଆଗୁଡା ପଂଚାୟତ କୁହୁରାକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଜଗଦିଶ ମିଶ୍ର ଓ ସହ ଶିକ୍ଷକ ସଚ୍ଚିଦାନନ୍ଦ ପଣ୍ଡାଙ୍କ ଅନ୍ୟତ୍ର ବଦଳି ଦାବୀ କରି ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ମିଳିତ ଭାବେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି |ଦାବିପତ୍ରରେ ଉଲ୍ଲେଖ ରହିଛି କି,ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ଦୀର୍ଘ ଚାରି ବର୍ଷ ହେବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ ତୁଲାଉଛନ୍ତି ଓ ଚାରିବର୍ଷର କାର୍ଯ୍ୟକାଳ ମଧ୍ୟରେ ଥରେ ମଧ୍ୟ ବିଦ୍ୟାଳୟ ପରିଚାଳନା କମିଟିକୁ ନେଇ କୌଣସି ବୈଠକ କରିନାହାନ୍ତି |ତାଛଡା 2023 ଆର୍ଥିକ ବର୍ଷ ଓ 2025ଆର୍ଥିକ ବର୍ଷର ଟାଇଫଣ୍ଡ ପଇସା ଓ ଗ୍ରୀଷ୍ମ ପ୍ରବାହ ବାବଦକୁ ଆସିଥିବା ସହାୟତା ରାଶି ପିଲାଙ୍କୁ ନଦେଇ ସବୁ ଆତ୍ମସାତ କରିଛନ୍ତି |ଯେଉଁ ସହ ଶିକ୍ଷକ ମାନେ ପ୍ରତିବାଦ କରୁଥିଲେ ସେମାନଙ୍କୁ ଅଳେ ବଳେ ଓ କୌଶଳେ ବିଦ୍ୟାଳୟରୁ ଅନ୍ୟତ୍ର ବଦଳି କରିଛନ୍ତି |ପ୍ରଧାନ ଶିକ୍ଷକ ଯାହା ଯାହା ପଦକ୍ଷେପ ନେଉଛନ୍ତି, ସେ ବିଷୟରେ ଏସ ଏମ ସି କମିଟିକୁ ଜଣେଇବା ବା ମତାମତ ନେବା ଆବଶ୍ୟକ ମନେ କରୁନାହାନ୍ତି |ବର୍ତମାନ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ବୋର୍ଡ ପରୀକ୍ଷା ରହିଥିବା ବେଳେ ବିଦ୍ୟାଳୟରେ ଶିକ୍ଷକ ହିଁ ନାହାନ୍ତି |ତେଣୁ ବିଦ୍ୟାଳୟରୁ ଅନ୍ୟତ୍ର ବଦଳି ହୋଇ ଯାଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବିଦ୍ୟାଳୟକୁ ପୁନର୍ବାର ଫେରେଇ ଆଣିବା ସହିତ ଉପରୋକ୍ତ ଦୁଇଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଉ ବୋଲି ଦାବିପତ୍ରରେ ସ୍ପଷ୍ଟ ଉଲ୍ଲେଖ ରହିଛି |