ବରିଷ୍ଠ କଂଗ୍ରେସ ପ୍ରେମୀ ତଥା ସମାଜସେବୀ ନନ୍ଦ କିଶୋର ଙ୍କ ପରଲୋକ
ବରୀ, ୨୦/୦୩ ( ରଂଜିତ ମହାନ୍ତି ) : ବରୀ ଅଞ୍ଚଳ ର ବରିଷ୍ଠ କଂଗ୍ରେସ ପ୍ରେମୀ ସଂଗଠକ ସମାଜସେବୀ ତଥା ଅବସରପ୍ରାପ୍ତ କର୍ମଚାରୀ ନନ୍ଦ କିଶୋର ସେନାପତି (77)ଙ୍କ ପରଲୋକ ଘଟିଛି!କିଛି ଦିନ ହେବ ଅସୁସ୍ଥ ହୋଇ ଚିକିତ୍ସାନ ଥିଲେ!କଟକ ରେ ଏକ ଘରୋଇ ନର୍ସିଙ୍ଗ ହୋମ ରେ ପରଲୋକ ଘଟିଥିବା ପରିବାର ପକ୍ଷରୁ ସୂଚନା ମିଳିଛି! ସ୍ୱର୍ଗତ ସେନାପତି ଙ୍କ ବିୟୋଗ ଖବର ପ୍ରଚାରିତ ହେବାମାତ୍ରେ ସମଗ୍ର ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି।ଶେଷ ଦର୍ଶନ ପାଇଁ ତାଙ୍କ ନିଜ ବାସଭବନ ଅରାଙ୍ଗାବାଦ ରେ ବିଶିଷ୍ଠ ବ୍ୟକ୍ତି ମାନେ ପହଞ୍ଚି ସ୍ୱର୍ଗତ ଆତ୍ମା ର ସଦଗତି କାମନା କରି ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି ! ଗୁରୁବାର ସନ୍ଧ୍ୟାରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଛି!ବଡ଼ ପୁଅ ଦୀପକ ମୁଖାଗ୍ନି ଦେଇଥିବା କୁହାଯାଇଛି! ସ୍ୱର୍ଗତ ସେନାପତି ଙ୍କ ପରଲୋକ ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ବରିଷ୍ଠ କଂଗ୍ରେସ ନେତା ସନତ କୁମାର ଜେନା, ପୂର୍ବତନ ବିଧାୟକ ଚିହ୍ନୟ ପ୍ରସାଦ ବେଉରା, ଭାଜପା ନେତା ଜଗନ୍ନାଥ ପ୍ରସାଦ ପରିଡା, ବରିଷ୍ଠ ସାମ୍ବାଦିକ ବାଞ୍ଛାନିଧୂ ସାହୁ, ସମାଜସେବୀ ବିବେକ ରାୟ, ଜିଲ୍ଲା କଂଗ୍ରେସ ସଭାପତି ମାଗୁଣି ଜେନା, ଜିଲ୍ଲା କଂଗ୍ରେସ ସମ୍ପାଦକ ଦେବେନ୍ଦ୍ର ପ୍ରଧାନ, ଦେବ ଦାସ, ପୂର୍ବତନ ବିଧାୟିକା ସୁନନ୍ଦା ଦାସ, ଭାଜପା ନେତା ଆଶୁତୋଷ ପରିଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି!