Hot Posts

6/recent/ticker-posts

ଅଜଣା ଗାଡ଼ିର ଧକ୍କାରେ ଲିଭିଗଲା ଦୁଇ ଜୀବନ : ବିଷମ କଟକରେ ମର୍ମାନ୍ତିକ ଦୁର୍ଘଟଣା

ରାୟଗଡ଼ା, ୨୨/୦୩ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ ଚାଟିକଣା ପଞ୍ଚାୟତ ନିକଟରେ ଥିବା ଭାଲିଆ ତୋଟା ପାଣି ଟାଙ୍କି ନିକଟରେ ଘଟିଛି ଏହି ମର୍ମାନତିକ ଘଟଣା ।ଏକ ଅଜଣା ଗାଡ଼ି ଧକ୍କାରେ ପୋଲାସର୍ ବାଇକ୍ ଚାଳକ ଓ ସହ ଯାତ୍ରୀ ଯୁବତୀଙ୍କ ମୁତ୍ୟୁ । ଘଟଣା ସ୍ଥଳରେ ହିଁ ଦୁଇଜଣଙ୍କ ଜୀବନ ନିଭି ଯାଇଥିବା ସୂଚନା ମିଳିଛି । ସୂଚନା ମୁତାବକ ସେମାନେ ବିଷମ କଟକ ରୁ ରାୟଗଡ଼ା ଯାଉଥିବା ବେଳେ ଅଜଣା ଗାଡ଼ି ତାଙ୍କ ବୈକକୁ ଧକ୍କା ଦେଇଥିବା ଅନୁମାନ ।ଦୃଘଟାନ ପରେ ଗାଡ଼ିଟି ପଳାଇ ଯାଇଥିବା ସଂଦେହ । ଘଟଣା ସ୍ଥଳରେ ବିଷମ କଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।