Hot Posts

6/recent/ticker-posts

ରାୟଗଡ଼ାରେ ବିଜୁ ବାବୁଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳିତ: ପୁଷ୍ପମାଲ୍ୟାର୍ପଣ ସହ ସମାଜସେବା କାର୍ଯ୍ୟକ୍ରମ

ରାୟଗଡ଼ା, ୦୫/୦୩ ( ଭି. ଗୌରି ଶଙ୍କର ରାଓ ) : Biju Janata Dal Rayagada ତରଫରୁ ମହାନ ଜନନାୟକ ଓ ପ୍ରବାଦ ପୁରୁଷ #ବିଜୁ_ବାବୁଙ୍କ_୧୧୦ତମ ଜନ୍ମ ଜୟନ୍ତୀ ଅବସରରେ ରାୟଗଡ଼ା ସହର ବସ୍‌ଷ୍ଟାଣ୍ଡ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ମୃତିଚାରଣ ସଭା ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଜୁ ବାବୁଙ୍କ ଅସୀମ ସାହସ, ଦୂରଦର୍ଶୀ ନେତୃତ୍ୱ ଓ ଓଡ଼ିଶାର ସ୍ୱାଭିମାନ ପାଇଁ ତାଙ୍କ ଅପାର ଅବଦାନକୁ ସ୍ମରଣ କରାଯାଇଥିଲା। ପରବର୍ତ୍ତୀକାଳରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ରେ ଚିକିତ୍ସାଧୀନ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ତାପରେ ତୁମ୍ଭିଗୁଡ଼ା ସ୍ଥିତ ମାତୃ ଶକ୍ତି ବୁଦ୍ଧାଶ୍ରମ ଓ ଶକ୍ତି ସଦନ (distressed women and girls ପାଇଁ ସେଲ୍ଟର ହୋମ) ରେ ମଧ୍ୟ ଫଳ ବଣ୍ଟନ କରି ସମାଜସେବାମୂଳକ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ଯୁକ୍ତ Jagannath Saraka, ପୂର୍ବତନ ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ Anusaya Majhi, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମାରୀ #ସରସ୍ୱତୀ_ମାଝି, ବରିଷ୍ଠ ନେତା ଶ୍ରୀ ଯୁକ୍ତ #ବ୍ରଜସୁନ୍ଦର_ନାୟକ, ବିଜେଡି ରାୟଗଡାର ଜିଲ୍ଲା କାର୍ଯ୍ୟକାରି ସଭାପତି ଶ୍ରୀ ଯୁକ୍ତ #ପି_ଗୌରୀଶଙ୍କର_ରାଓ, କୋଳନରା ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଯୁକ୍ତ #ଦବ୍ଲେଶ୍ୱର୍_ନାଇଡୁ ସହିତ #କିଶୋର_ପଣ୍ଡା, #ସନ୍ତୋଷ_ପାତ୍ର, #ଅଶୋକ_ପଣ୍ଡା, #ଟିଟୁ_ରାଥ, ଯୁବ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଯୁକ୍ତ Binayak P Polai , ଛାତ୍ର ବିଜେଡିର ଜିଲ୍ଲା ସଭାପତି ଶ୍ରୀ ଯୁକ୍ତ Uday Kumar Himirika ଓ ଅନ୍ୟାନ୍ୟ ବରିଷ୍ଠ ବିଜେଡି ନେତୃବୃନ୍ଦ ଉପସ୍ଥିତ ରହିଥିଲେ। ବିଜୁ ବାବୁଙ୍କ ଆଦର୍ଶ ଓ ଦର୍ଶନକୁ ଆଗେଇ ନେଇ ବିଜୁ ଜନତା ଦଳ ସଦା ଓଡ଼ିଶାର ସ୍ୱାଭିମାନ, ଉନ୍ନତି ଓ ଲୋକକଲ୍ୟାଣ ପାଇଁ ପ୍ରତିବଦ୍ଧ।