Hot Posts

6/recent/ticker-posts

ରାୟଗଡାରେ ଧୁମଧାମରେ ଉଗାଦି ଉତ୍ସବ ଆରମ୍ଭ

ରାୟଗଡ଼ା, ୨୧/୦୩ ( ଭି. ଗୌରି ଶଙ୍କର ରାଓ ) : ରାୟଗଡା ସହର ଉପକଣ୍ଠ ଖଲିଗୁଡା ନିକଟସ୍ଥ ପଡିଆରେ ଉତ୍କଳ ତେଲୁଗୁ ସମାଜ ପକ୍ଷରୁ ଦୁଇଦିନିଆ ଉଗାଦି ମହୋତ୍ସବ ଆରମ୍ଭ ହୋଇଛି।ଉତ୍ସବ କମିଟିର ଅଧ୍ୟକ୍ଷ ଯାଲ୍ଲା ଭେଙ୍କେଟେଶ୍ୱର ରାଓଙ୍କ ନେତୃତ୍ୱରେ ଏହି ବିଶାଳ କାର୍ଯ୍ୟକ୍ରମ ଆୟୋଜିତ ହେଉଛି, ତେଲୁଗୁ ନବବର୍ଷ ଉପଲକ୍ଷେ ପ୍ରଥମ ଦିନରେ ପଞ୍ଚାଙ୍ଗ ଶ୍ରବଣ, ଉଗାଦି ଆଚାର ବଣ୍ଟନ, ଗୀତା ପାରାୟଣ ଓ କବି ସମ୍ମିଳନୀ ହୋଇଥିଲା। ସାହିତ୍ୟିକ ଓ ସଂସ୍କୃତିକ ମାହୋଲରେ କବିତା ଗୋଷ୍ଠୀ କାର୍ଯ୍ୟକ୍ରମ ଆକର୍ଷଣ କରିଥିଲା। ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର କଳାକାରମାନେ ସଙ୍ଗୀତ ଓ ନୃତ୍ୟ ପ୍ରଦର୍ଶନ କରିଥିଲେ। ଟଲିଉଡ ଅଭିନେତ୍ରୀ ବୈଷ୍ଣବୀ ଚୈତନ୍ୟା ସହ ଅନ୍ୟାନ୍ୟ କଳାକାରଙ୍କ ଉପସ୍ଥିତି ଉତ୍ସବକୁ ଅଧିକ ରଙ୍ଗିନ କରିଥିଲା। ସାଇ ପ୍ରବୀଣ ବ୍ୟାଣ୍ଡ, ସ୍ୱରାଗ କୀର୍ତନ ଓ ସଦାମ ଟ୍ରୁପ ମଞ୍ଚକୁ ମନୋମୋହନ କରିଥିଲେ। ତନୁଶ୍ରୀ, ଶାହିଦ ଓ ଲିପିକାଙ୍କ ନୃତ୍ୟ ପ୍ରଦର୍ଶନ ଦର୍ଶକଙ୍କୁ ମନୋରଞ୍ଜନ କରିଥିଲା। ଉତ୍ସବରେ ବିପୁଳ ଜନସମାଗମ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ଆୟୋଜକମାନେ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ୨୦ ହଜାରରୁ ଅଧିକ ଭକ୍ତଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ହୋଇଛି। ଅପରାହ୍ନରେ ମା ମଝିଘରିଆଣୀ ମନ୍ଦିରରେ ପୂଜାର୍ଚ୍ଚନା ହୋଇଥିଲା। ତାହା ପରେ ବିରାଟ କଳସ ଯାତ୍ରା ଖଲିଗୁଡା ଉଗାଦି ପଡିଆକୁ ବାହାରିଥିଲା। ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ ଓ ଲୋକନୃତ୍ୟ ମୁଖ୍ୟ ଆକର୍ଷଣ ଥିଲା। ଏହି ଅବସରରେ ବହୁ ରାଜନୈତିକ ଓ ସାମାଜିକ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। କୋଦୁରୁ ନାରାୟଣ ରାଓ ଓ ଗୋପି ଆନନ୍ଦ ସହ ଅନ୍ୟମାନେ ଯୋଗଦେଇଥିଲେ। ଉତ୍ସବରେ ସାମ୍ପ୍ରଦାୟିକ ସମ୍ମିଳନ ଓ ସଂସ୍କୃତିକ ଏକତା ଦେଖାଯାଇଛି। ଦୁଇ ଦିନ ଧରି ଏହି ମହୋତ୍ସବ ଆଉ ବିଭିନ୍ନ କାର୍ଯ୍ୟକ୍ରମ ସହ ଚାଲିବ। ରାୟଗଡାରେ ଉଗାଦି ଉତ୍ସବକୁ ନେଇ ଉତ୍ସାହ ଓ ଆନନ୍ଦର ମାହୋଲ ସୃଷ୍ଟି ହୋଇଛି।