ନବରଙ୍ଗପୁର, ( ଶେଖର ଖୁରା ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ଓଡିଶା ମହିଳା କମିଶନ ସହାୟତା ରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଦ୍ଵାରା ତେନ୍ତୁଳିଖୁଣ୍ଟି ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ଏହାର ମୂଳ ଉଦ୍ଦେଶ୍ୟ।ମହିଳା ଏବଂ ଶିଶୁ ଙ୍କ ସୁରକ୍ଷା ଆଇନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷ। ଶୋଭନା ମହାନ୍ତି, ଅନ୍ୟ ବରେଣ୍ୟ ଅତିଥିମାନେ ରାଜ୍ୟ ମହିଳା କମିଶନ ସଦସ୍ୟା.ମୁକ୍ତା ସାହୁ ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରପଦୀ କହଁର, ନବରଙ୍ଗପୁର ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ବିଧାୟକ ପ୍ରତିନିଧି ଅଚ୍ୟୁତାନନ୍ଦ ବିଷୋୟୀ, ଆଇନ ଜୀବୀ ବିନୟ କୁମାର ଛାତି,କିଶୋରୀ ପଟ୍ଟନାୟକ, ଅବସର ପ୍ରାପ୍ତ ଶିଶୁବିକାଶ ଅଧିକାରୀ ମୋନରମା ମାଝୀ,ପ୍ରୋଗ୍ରାମ ଅଫିସର ରମା ପଟ୍ଟନାୟକ, ତେନ୍ତୁଳିଖୁଣ୍ଟି ଗୋଷ୍ଠି ଉନ୍ନୟନ ଅଧିକାରୀ ମୋନଜ କୁମାର ପାଣିଗ୍ରାହୀ,ତେନ୍ତୁଳିଖୁଣ୍ଟି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବିନିତା ଜେଠି,ତହସିଲଦାର ପୁଷ୍ପାଞ୍ଜଳି ଦଣ୍ଡପାଟ,ସକ୍ଷମ ଗୋଷ୍ଠି ସଂଯୋଜକା କିରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ l ପ୍ରଥମେ ଅଙ୍ଗନବାଡି କର୍ମୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଆଜିର ଆଇନ ସଚେତନତା କାର୍ଯ୍ୟକ୍ରମ ରେ ଯୌତୁକ ନିଷେଧ ଅଧିନିୟମ(1961),ଘରେଇ ହିଂସା,କାର୍ଯ୍ୟ ସ୍ଥଳ ରେ ମହିଳାଙ୍କ ପ୍ରତି ଘଟୁଥିବା ଯୌନ ଉତ୍ପୀଡ଼ନ(2013),ମାତୃତ୍ୱ ଲାଭ ଅଧିନିୟମ(1961),ଓଡିଶା ଡାହାଣୀ ଅଭିଯୋଗ ଓ ନିର୍ଯାତନା ନିବାରଣ ଅଧିନିୟମ(2013),ଅନୈତିକ ମାନବ ଚାଲାଣ ନିରୋଧ ଆଇନ(1956),ଶିଶୁ ସୁରକ୍ଷା ଆଇନ( 2015),ଶିଶୁ ଶ୍ରମିକ ଙ୍କ ଆଇନ, ଶିଶୁ ମାନଙ୍କ ନିଶୁଳ୍କ ଓ ଅନିବାର୍ଯ୍ୟ ଅଧିକାର ଅଧିନିୟମ, ଶିଶୁ ଙ୍କୁ ଯୌନ ଅପରାଧ ରୁ ସୁରକ୍ଷା (2012),ଗର୍ଭାବସ୍ଥାରେ ଲିଙ୍ଗ ନିରୂପଣ ଅଧିନିୟମ (1994),ହିନ୍ଦୁ ବିବାହ ଆଇନ (1955),ଶକ୍ତି ସଦନ ର ଲକ୍ଷ ଏବଂ ଉଦେଶ୍ୟ ବିଷୟରେ ମଞ୍ଚାସୀନ ଅତିଥିମାନେ ବିସ୍କୃତ ଭାବେ ବୁଝାଇବା ସହ ଆଲୋଚନା କରିଥିଲେ ଏହି କାର୍ଯ୍ୟକ୍ରମ ରେଏକତା ଫାଉଣ୍ଡେସନ ଦ୍ୱାରା ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ ର ଉଲେଖନୀୟ ଅବଦାନ ପାଇଁ ସଂସ୍ଥା ର ପ୍ରଜେକ୍ଟ କୋଡ଼ିନେଟର ସୁଲେଖା ସୁନା, ଓ କମ୍ୟୁନିଟି ମଂବିଲାଜେର କେ ନେନା ପାତ୍ର ଙ୍କୁ ମହିଳା କମିଶନ ଅଧ୍ୟକ୍ଷ। ଶ୍ରୀମତୀ ଶୋଭନା ମହାନ୍ତି ସମ୍ମାନିତ କରିଥିଲେ ।ଏହି ଅବସରରେ ବ୍ଲକର ମହିଳା ଓ ଶିଶୁ ବିକାଶ ବିଭାଗର କର୍ମଚାରୀ, ଆଶା, ଅଙ୍ଗନବାଡି କର୍ମୀ, ଏମ ବି କେ, ସି ଆର ପି,ଏବଂ ବିଭିନ୍ନ ପଞ୍ଚାୟତ ରୁ କିଶୋରୀ ବାଳିକା,ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ।
ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର l

