ଚିତ୍ରକୋଟ୍ ରେ କ୍ଷତ୍ରିୟ ସମାଜ ର ମହା ଅଧିବେଶନ ଅନୁଷ୍ଠିତ
ନବରଙ୍ଗପୁର, ୦୧/୦୩ ( ଶେଖର ଖୁରା ) : ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଚିତ୍ରକୋଟ୍ ଗ୍ରାମ ରେ ଜିଲ୍ଲା ସ୍ତରୀୟ କ୍ଷତ୍ରିୟ ଧାକଡ ସମାଜ ର ଏକ ମହା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଚକ୍ରଧର ସିଂହ, ସଂଗଠନ ସାଧାରଣ ସମ୍ପାଦକ ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର, କାର୍ଯ୍ୟକାରୀ ସଭାପତି ଧନେଶ୍ଵର ସିଂ, ଉପସଭାପତି ପଦମନ ନାୟକ, ସୁରେନ୍ଦ୍ର ନାୟକ, କାର୍ତ୍ତିକ ଦାସ , ଲକ୍ଷ୍ମୀ ନାରାୟଣ ପାଣ୍ଡେ, ମନମୋହନ ସିଂ, ହରି ଧାକଡ,ସଦନ ନାୟକ ପ୍ରମୁଖ ମଞ୍ଚାସିନ ଥିଲେ। ଏହା ବ୍ୟତୀତ ସଂପାଦକ ଲକ୍ଷ୍ମଣ ସିଂ, ବିଭୁତି ନାୟକ, ମହେଶ୍ୱର ନାୟକ, ଘାସିରାମ ନାୟକ, କୋଷାଧ୍ୟକ୍ଷ ଭିକାରୀ ଚରଣ ନାୟକ ଓ କୈଳାସ ପାତ୍ର, ସଂଗଠକ ତ୍ରୀନାଥ ସିଂ, ବଳରାମ ସିଂହ, ମାର୍ଗଦର୍ଶକ ଦେବ ଧାକଡ, ନିଳମ ପାତ୍ର, ଡମୁ ସିଂ, ଡାବୁଗାଁ ସଭାପତି ପଦ୍ମ ସିଂହ,ପାପଡାହାଣ୍ଡି ସଭାପତି ମୂରଲୀ ସିଂ, କୋଷାଗୁମୁଡା ସଭାପତି କାଶୀନାଥ ନାୟକ, ଜଗତ ସିଂ , ଜଦୁମଣୀ ପାଣ୍ଡେ, ସାହେବ ସିଂ, ବନମାଳୀ ନାୟକ ସମେତ ୫୦୦ ରୁ ଊର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ସଂଗଠକ ଦଶମୁ ପାତ୍ର ଶ୍ରୀମଦ୍ ଭଗବତ ଗୀତା ସମସ୍ତ ଙ୍କୁ ପ୍ରଦାନ କରିଥିଲେ। ଚିତ୍ରକୋଟ୍ ର କାର୍ଯ୍ୟକର୍ତ୍ତା ମାନେ ସମସ୍ତ ଆୟୋଜନ କରିଥିବା ସ୍ଥଳେ କ୍ଷତ୍ରିୟ ସମାଜ ର ଝିଅ ମାନେ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ।
ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର