Hot Posts

6/recent/ticker-posts

ନୂତନ ଯୁବମୋର୍ଚ୍ଚା ସଭାପତିଙ୍କୁ ବଲସକୁମ୍ପା ମଣ୍ଡଳର ସମ୍ବର୍ଦ୍ଧନା

ଖଜୁରୀପଡ଼ା, ୨୨/୦୩ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ନୂତନ ଭାବେ ଚୟନ ହୋଇଥିବା ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ଦିବ୍ୟରଞନ ଡାକୁଆଙ୍କୁ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ବିଜେପି ମଣ୍ଡଳ ପକ୍ଷରୁ ଶନିବାର ଦିନ ଭେଟି ସମ୍ବର୍ଦ୍ଧନା ଜଣାଯାଇଛି। ମଣ୍ଡଳର ସାଧାରଣ ସମ୍ପାଦକ ଶ୍ରୀ ଦେବାଶିଷ ସାହାଣୀଙ୍କ ନେତୃତ୍ୱରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଯୁବ ମଣ୍ଡଳ ସଭାପତି ଦିଲ୍ଲୀପ କୁମାର ପୃଷ୍ଟି ସହ ମନୋଜ ବେହେରା ଓ ପ୍ରଦୀପ ପ୍ରଧାନ ଉପସ୍ଥିତ ଥିଲେ। ସମସ୍ତେ ମିଶି ନୂତନ ସଭାପତିଙ୍କୁ ଉପଢୌକନ ଓ ଫୁଲତୋଡ଼ା ଦେଇ ସ୍ୱାଗତ ଜଣାଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଦିବ୍ୟରଞନ ଡାକୁଆ ଦଳର ଯୁବ ଶକ୍ତିକୁ ସଙ୍ଗଠିତ କରିବା ସହ ଜିଲ୍ଲାରେ ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ। ସେଥିପାଇଁ ସମସ୍ତ କର୍ମୀଙ୍କ ସହଯୋଗ ଓ ସମନ୍ୱୟ ଅତ୍ୟନ୍ତ ଆବଶ୍ୟକ ବୋଲି ସେ କହିଥିଲେ।