ନନ୍ଦ କିଶୋର ସେନାପତିଙ୍କ ସ୍ମୃତିସଭା
ବରୀ, ୩୦/୦୩ ( ରଂଜିତ ମହାନ୍ତି ) : ଅରଙ୍ଗାବାଦ ଗ୍ରାମର ସମାଜସେବୀ ନନ୍ଦ କିଶୋର ସେନାପତିଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତିଚାରଣ ସଭା ଗ୍ରାମରେ ହୋଇଯାଇଛି। କାର୍ଯ୍ୟକ୍ରମରେ ନାଟ୍ୟକାର ଅଭୟ ଶତପଥୀ, ଜ୍ୟୋତିର୍ବିଦ ଅମୂଲ୍ୟ କୁମାର ପଣ୍ଡା, ହୋମିଓପ୍ୟାଥ୍ ଚିକିତ୍ସକ ବିଶ୍ଵନାଥ ତ୍ରିପାଠୀ, ସଙ୍ଗୀତକାର ସୋମନାଥ ହିବେଦୀ, ପ୍ରଗତି କ୍ଲବ୍ ସମ୍ପାଦକ ନଟବର ବେହେରା, ବିଜେପି ନେତା ଉମେଶ ଜେନା, କଂଗ୍ରେସ ନେତ୍ରୀ ଆରତୀ ଦେଓ ଓ କଳ୍ପନା ପଣ୍ଡା, ମନୋଜ ଦାସ, ପୂର୍ବତନ ଆରକ୍ଷୀ ଅଧୀକ୍ଷକ ନିହାର ରଞ୍ଜନ ଦାସ, ଅପୂର୍ବ ରଞ୍ଜନ ସାମଲ ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଭଗବତ ଗୀତା ପାଠ କରା ଯାଇଥିଲା। ସ୍ୱର୍ଗତ ସେନାପତି ସରକାରୀ ଚାକିରି କରିଥିଲେ ମଧ୍ଯ ଜାତୀୟ କଂଗ୍ରେସ ଦଳର ସମର୍ଥକ ଥିଲେ। ଅବସର ପରେ ଦଳ ସଜାଡ଼ିବା ପାଇଁ ଉଦ୍ୟମ ଜାରି ରହିଥିଲା। ବଡ଼ ପୁଅ ଦୀପକ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।