Hot Posts

6/recent/ticker-posts

କୃଷି ବଜେଟ କୁ ନେଇ ଭବାନୀପାଟଣା ଠାରେ , ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଙ୍କ ସାମ୍ବାଦିକ ସମ୍ମିଳନୀ।

ଭବାନୀପାଟଣା, ୦୨/୦୩ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସର୍କିଟ ହାଉସ ଠାରେ କୃଷି ବଜେଟ କୁ , ଆଲୋଚନା ଚକ୍ର ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ ଓ ବଜେଟ ଉପସ୍ଥାପକ ସରୋଜ କୁମାର ସାହୁ ଉପସ୍ଥିତ ରହି ବଜେଟ କୁ ଆଲୋଚନା ହୋଇଥିଲା। କୃଷକ ମାନଙ୍କ ପାଇଁ ୪୨ ହଜାର ୪୯୨ କୋଟି ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର। କଳାହାଣ୍ଡି ଭଲି କୃଷି ସମୃଦ୍ଧ ଜିଲ୍ଲାର ଚାଷୀମାନେ ଉପକୃତ ହେବେ । ଧାନ ସହ ଅନ୍ୟାନ୍ୟ ଅର୍ଥକାରୀ ଚାଷ ଉପରେ ମଧ୍ୟ ସରକାର ଗୁରୁତ୍ବ ଦେଇଛନ୍ତି। ତେଣୁ ଏହି ବଜେଟରେ ଚାଷୀ ଙ୍କ ପ୍ରତି ସମର୍ପିତ ସରକାର ବୋଲି ବଜେଟ୍ ଉପସ୍ଥାପକ ସରୋଜ କୁମାର ସାହୁ କହିଛନ୍ତି। ସେହିଭଳି ରାଜ୍ୟ ବିଜେପି ଉପସଭାପତି ଭବେନ୍ଦ୍ର ପଣ୍ଡା, ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି କେଶରୀ ଦୁର୍ଗା ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ