୭ ଥର UGC NET ପରୀକ୍ଷା ଉତ୍ତୀର୍ଣ୍ଣ ହୋଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ନାଁ ପାଇଛନ୍ତି ଭବାନୀପାଟଣାର ଜଣେ ଯୁବ ଅଧ୍ୟାପକ।
ଭବାନୀପାଟଣା, ୧୯/୦୩ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣାରୁ ଆସିଛି ଗର୍ବର ଖବର । କଳାହାଣ୍ଡି ଜିଲ୍ଲାର ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗର ଅତିଥି ଅଧ୍ୟାପକ ମହେନ୍ଦ୍ର କୁମାର ସାହୁ ୭ ଥର UGC NET ପରୀକ୍ଷା ପାସ୍ କରି ଏକ ଅଲୋକିକ ସଫଳତା ହାସଲ କରିଛନ୍ତି । ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ତାଙ୍କ ନାଁ ଅନୁସୂଚିତ ହୋଇଛି । ଏହା କେବଳ ତାଙ୍କ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ କଳାହାଣ୍ଡି ଜିଲ୍ଲା ଓ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପାଇଁ ଗର୍ବର ବିଷୟ ହୋଇଛି । ତାଙ୍କର ଏହି ସଫଳତା ପରେ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ନିରନ୍ତର ପ୍ରୟାସ ଓ ଦୃଢ଼ ସଂକଳ୍ପ ଥାକିଲେ ସଫଳତା ନିଶ୍ଚୟ ମିଳେ ବୋଲି ସେ କହିଛନ୍ତି ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ