ପ୍ରହସନ ପାଲଟିଛି ସରକାରଙ୍କ ଭତ୍ତା ଯୋଜନା
ଝରିଗାଁ, ୦୪/୦୨ ( ନକୁଳ ଭତ୍ରା ) : ସମାଜର ସବୁଠାରୁ ଦୁର୍ବଳ ବର୍ଗଙ୍କ ପ୍ରତି ସରକାରଙ୍କ ଛଳନା ଏବେ ରାଜ୍ୟରେ ସୃଷ୍ଟି କରିଛି ତୀବ୍ର ଅସନ୍ତୋଷ । ନିର୍ବାଚନ ସମୟରେ ହଜାରେ ଟଙ୍କା ଭତ୍ତାକୁ ୩୫୦୦ଟଙ୍କା କରାଯିବ ବୋଲି ବିଜେପି ପକ୍ଷରୁ ଘୋଷଣା କରାଯାଇଥିଲା । ସରକାର ଗଢ଼ିବା ପରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଏକାଧିକ ମନ୍ତ୍ରୀ ଖୁବଶୀଘ୍ର ବର୍ଦ୍ଧିତ ଭତ୍ତା ରାଶି ୩୫୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି କହିଥିଲେ। ଇତିମଧ୍ୟରେ ବିଜେପି ସରକାର ଗଢିବାର ବର୍ଷେରୁ ଊର୍ଦ୍ଧ ବିତିଯାଇଥିଲେ ସୁଦ୍ଧା ଅଧିକାଂଶ କ୍ଷେତ୍ରରେ ୩୫୦୦ଟଙ୍କା ଭତ୍ତା ଦିଆଯାଉ ନଥିବା ଅଭିଯୋଗ ହେଉଛି |ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଳା ଝରିଗାଁ ବ୍ଲକ ପାଳିଆ ପଞ୍ଚାୟତ ଅନ୍ତର୍ଗତ ମେ୍ରଧାନ ଗୁଡା ଗ୍ରାମର ବିଧବା ବୃଦ୍ଧା ଫୁଲମତିଯାନୀ( 87) ରୁ ଉର୍ଦ୍ଧ ବୟସ ହୋଇଯାଇଥିଲେ ମଧ୍ୟ ୧୦୦୦ଟଙ୍କା ହିଁ ବିଧବା ଭତ୍ତା ପାଉଥିବା ଅଭିଯୋଗ କରିଛନ୍ତି |ଦୀର୍ଘ ବର୍ଷ ପୂର୍ବେ ମିଳିଥିବା ମାସକୁ ୧୦୦୦ ଟଙ୍କା ଓ ୫କେଜି ରାସନ ଚାଉଳରେ ଗୁଜୁରାଣ କରୁଛନ୍ତି । ୩୫ ଶହ ଟଙ୍କା ଭତ୍ତା ପାଇଁ ପଞ୍ଚାୟତ ୱାର୍ଡ ମେମ୍ବର ଠାରୁ ଆରମ୍ଭର କରି ପଞ୍ଚାୟତ ସରପଞ୍ଚ ଓ ପିଇଅ ବ୍ଲକ ପ୍ରଶାସନ ଙଟୁ ଅନେକ ଥର କାଗଜପତ୍ର ଦେଇଥିଲେ ହେଁ କୌଣସି ସୁଫଳ ମିଳିନଥିବା କହିଛନ୍ତି । ପ୍ରଶାସନ ଫୁଲମତି ଙ୍କୁ ମାସିକ ୩୫୦୦ଟଙ୍କା ପ୍ରଦାନ କରିବାକୁ ଦାବୀ ହୋଇଛି । ଏହି ସବୁ ଯୋଜନା ସରକାରୀ ସ୍ତରରେ କାର୍ଯ୍ୟକାରୀ ହେଉଥିବାବେଳେ ବ୍ଲକସ୍ତରରେ ପ୍ରଶାସନିକ ଅଧିକାରୀମାନେ ଗୁରୁତ୍ୱ ଦେଉନଥିବା ସାଧାରଣରେ ଆଲୋଚନା ହେଉଛି।