Hot Posts

6/recent/ticker-posts

କେବେ ହସ୍ତାନ୍ତର ହେବ ଷ୍ଟାଲ ଗୃହ?ନିର୍ମାଣକୁ ବିତିଗଲାଣି ଦୀର୍ଘ ମାସ |

ଝରିଗାଁ, ୦୪/୦୨ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ ବ୍ଳକ କାର୍ଯ୍ୟାଳୟ ପାର୍ଶ୍ୱରେ ଥିବା ଷ୍ଟାଲ ଗୃହ ନିର୍ମାଣ ହୋଇ ଦୀର୍ଘ ମାସ ବିତିଯାଇଥିଲେ ହେଁ ଏଯାଏ ପଂଚାୟତକୁ ହସ୍ତାନ୍ତର କରାଯାଉନି |ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି |ସୂଚନା ଯୋଗ୍ୟ ଯେ, ବ୍ଳକ କାର୍ଯ୍ୟାଳୟ ପାର୍ଶ୍ୱରେ ବ୍ଳକ ପ୍ରଶାସନ ପକ୍ଷରୁ 8ଗୋଟି ଷ୍ଟାଲ ଗୃହ ନିର୍ମାଣ କରାଯାଇଛି |ଲକ୍ଷ୍ୟଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏହି ଷ୍ଟାଲ ଗୃହର ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଦୀର୍ଘ ମାସ ବିତିଗଲାଣି, ହେଲେ ଏ ପର୍ଯ୍ୟନ୍ତ ବ୍ଳକ ପ୍ରଶାସନ ଷ୍ଟାଲ ଗୃହ ଗୁଡିକ ହସ୍ତାନ୍ତର କରିନଥିବାରୁ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି |ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଯୋଗେଶ୍ୱର ପୂଜାରୀଙ୍କୁ ପଚାରିବାରୁ ସେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆମକୁ ହସ୍ତାନ୍ତର କରି ନାହାନ୍ତି ବୋଲି କହିଛନ୍ତି |ଜିପିଓ ରମେଶ ହରିଜନଙ୍କୁ ମଧ୍ୟ ଷ୍ଟାଲ ଗୃହ ବିଷୟରେ ପଚାରିଲେ ସେ ଗୋଟିଏ କଥା ହିଁ କହୁଛନ୍ତି |ଉଭୟେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଉପରେ ଦୋଷ ଲଦିଦେଇ ଚୁପ ରହୁଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀମଧୁ ସୁଧନ ମାଝୀ କିନ୍ତୁ ଏହି କିଛି ଦିନ ମଧ୍ୟରେ ହସ୍ତାନ୍ତର କରାଯିବ ବୋଲି ନିଜ ପ୍ରତିକ୍ରିୟାରେ କହୁଛନ୍ତି |ହେଲେ କଣ ରହିଛି ରହସ୍ୟ କିଛି ଜଣା ପଡୁନାହିଁ |ଏ ଷ୍ଟାଲ ଗୃହ ନିର୍ମାଣରେ ବିଡ଼ିଓ ଓ ଠିକାଦାର ମଧ୍ୟରେ କିଛି ମଧୁ ଚନ୍ଦ୍ରିକା ରହିଛି ନା ଆଉ କଣ କାରଣ ରହିଛି, କିଛି ଜଣା ପଡୁନାହିଁ |ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜାଣିଶୁଣି ହସ୍ତାନ୍ତର କରୁନାହାନ୍ତି ନା ସେ କେଁଉ ନେତାଙ୍କ ହାତ ବାରିସୀ ସାଜିଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି |ତେବେ କେବେ ଏହି ଷ୍ଟାଲ ଗୃହ ହସ୍ତାନ୍ତର ହେବ ତାହା ବର୍ତମାନ ଦେଖିବାକୁ ବାକି ରହିଲା?