Hot Posts

6/recent/ticker-posts

ନାରୀ ମହାସଙ୍ଘ ପକ୍ଷରୁ ମଦ ମୁକ୍ତ ଅଭିଯାନ , ଚନ୍ଦାହାଣ୍ଡି ବ୍ଲକ ନାରୀ ମହାସଙ୍ଘ

ଚନ୍ଦହାଣ୍ଡି, ୦୧/୦୨ ( ନକୁଳ ଭତ୍ରା ) : ରବିବାର ଦିନ ସକାଳ ୧୦ ଘଣ୍ଟା ସମୟରୁ ଚନ୍ଦାହାଣ୍ଡି ବ୍ଲକ ନାରୀ ମହାସଙ୍ଘ ପକ୍ଷରୁ ଚନ୍ଦାହାଣ୍ଡି ହାଟପଦା ଠାରେ ଏକ ବୈଠକ କରି ଶତାଧିକ ମହିଳା ଚନ୍ଦାହାଣ୍ଡି ଗାଁ ମଧ୍ୟରେ ବେଆଇନ୍ ଦେଶୀ ତଥା ବିଦେଶୀ ମଦ ବ୍ୟବସାୟ ବିରୋଧରେ ମୋଦ ବିରୋଧି ଅଭିଯାନ ଆରମ୍ଭ କରିଥିଲେ ଏହି ଅଭିଯାନରେ ଚନ୍ଦାହାଣ୍ଡି , ପୂଜାରିଗୁଡ଼ା , ହଳଦୀ , ସାନ ଧୂରୁଆପଡ଼ା, ସଲେବିଡି , ଯୁନାପାଣି ଓ ମୋହରା ଗାଁର ଶତାଧିକ ମହିଳା ସାମିଲ ହେଇ ମଦ ବତଲ ଭାଙ୍ଗିବା ସହ ଦେଶୀ ପେକେଟ୍ ମଦ ଜବତ କରିଥିଲେ , ଏହି ମଦ ବିରୋଧି ଅଭିଯାନର ନେତୃତ୍ବ ଚନ୍ଦାହାଣ୍ଡି ବ୍ଲକ ନାରୀ ମହାସଙ୍ଘ ର ବ୍ଲକ ସଭାନେତ୍ରୀ ଜୟନ୍ତୀ ମାଝୀ , ଉପ ସଭାନେତ୍ରୀ ଘମେ ଗୌଡ, ସମ୍ପାଦିକା ପାର୍ବତୀ ଧୂରୁଆ , ସହ ସଂପାଦିକା ମୁକ୍ତେଶ୍ଵରି ମାଝୀ , ଲଳିତା ନାୟକ , କମଳା ନାୟକ , ସବିତା ନାୟକ , ଜନ୍ମନି ମାଝୀ , ପାର୍ବତୀ ମାଝୀ , ସର୍ଣ୍ଣ ବାଘ , ପାତ୍ରୁ ପୁଜାରୀ , ବରୁଣ ପୁଜାରୀ , ନମିତା ଅନ୍ତି , ଚିନ୍ତାମଣି ପୂଜାରୀ , ରୁକମନି ମାଝୀ , ମୁଙ୍ଗେ ମାଝୀ , ବାସମତି ମାଝୀ ଓ ଅନ୍ୟାନ୍ୟ ଶତାଧିକ ମହିଳା ଏହି ବେଆଇନ୍ ମଦ ବିରୋଧି ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ , ଚନ୍ଦାହାଣ୍ଡି ବ୍ଲକ ନାରୀ ମହାସଙ୍ଘ ପକ୍ଷରୁ ବେଆଇନ୍ ମଦ ବ୍ୟବସାୟ ଓ ମଦ ଭାଟି ବିରୋଧରେ ୧୫ ଦିନ ପୂର୍ବରୁ ଜିଲ୍ଲାପାଳ ନବରଙ୍ଗପୁର , ଆରକ୍ଷୀ ଅଧିକ୍ଷକ ନବରଙ୍ଗପୁର , ଅବକାରୀ ବିଭାଗ ଆରକ୍ଷୀ ଅଧୀକ୍ଷକଙ୍କୁ ଉମରକୋଟ ଠାରେ ଅଭିଯୋଗ ପ୍ରକଷ୍ଠ ଠାରେ ଅଭିଯୋଗ ପତ୍ର ମଧ୍ୟମରେ ଜଣାଇବା ସହ ବେଆଇନ୍ ଦେଶୀ ତଥା ବିଦେଶୀ ମଦ ଭାଟି , ମଦ ଦୋକାନ ଓ ମଦ ବ୍ୟବସାୟ ବିରୋଧରେ ସ୍ଥାନୀୟ ଚନ୍ଦାହାଣ୍ଡି ବ୍ଲକ ବିଡ଼ିଓ ଙ୍କୁ , ତହସିଲଦାର ଙ୍କୁ ଓ ଥାନା ଭାରପ୍ରାପ୍ତ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ପତ୍ର ମଧ୍ୟମରେ ଜଣାଇ ଥିଲେ ଏବଂ ୧୫ ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ବେଆଇନ୍ ମଦ କାରବାର ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଥିଲେ କିନ୍ତୁ ୧୫ ଦିନ ବିତିଗଲା ପରେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ଆଖି ଦୃଶିଆ ପଦକ୍ଷେପ ନ ନେବା ହେତୁ ଆଜି ସହ ସହ ମହିଳା ଏକତ୍ରିତ ହେଇ ନିଜେ ମଦ ମୁକ୍ତ ଅଭିଯାନ ଆରମ୍ଭ କଲେ , ଆଉ ଆଗାମୀ ଦିନରେ ଏହି ମଦ ମୁକ୍ତ ଅଭିଯାନ ଚନ୍ଦାହାଣ୍ଡି ବ୍ଲକର ସମସ୍ତ ୧୪ ଗୋଟି ପଞ୍ଚାୟତ ମଧ୍ୟରେ ଜୋରଦାର ଭାବରେ କରାଯିବ ବୋଲି ବ୍ଲକ ସଂପାଦିକା ସୁଶ୍ରୀ ପାର୍ବତୀ ଧୁରୂଆ କହିଛନ୍ତି , ଚନ୍ଦାହାଣ୍ଡି ବ୍ଲକ କୁ ସମ୍ପୂର୍ଣ୍ଣ ମଦ ମୁକ୍ତ ନ କରିବା ଯାଏ ଆମେ ଲଢ଼ିବୁ ବୋଲି ବ୍ଲକ ସଭାନେତ୍ରୀ ଜୟନ୍ତୀ ମାଝୀ କହିଛନ୍ତି , ବର୍ତ୍ତମାନ ଓଡ଼ିଶା ଅବକାରୀ ବିଭାଗର ସମସ୍ତ ଆଇନ୍ ଓ ନିୟମକୁ ଉଲଙ୍ଘନ କରି ଏବଂ ୧୯୯୬ ପେସା ଆଇନ୍ କୁ ସମ୍ପୂର୍ଣ୍ଣ ଉଲଂଘନ କରି ଚନ୍ଦାହାଣ୍ଡି ବ୍ଲକ ମଧ୍ୟରେ ୬ ଗୋଟି ଖୁଚୁରା ଦେଶୀ ପେକେଟ୍ ମଦ ଦୋକାନ ବ୍ରାଞ୍ଚ ରହିଛି ଯାହାର ମୁଖ୍ୟ ମଦ ଭାଟି ଉମରକୋଟ ଠାରୁ ଦେଶୀ ପେକେଟ ମଦ ଆଣି ବିକ୍ରୀ କରୁଛନ୍ତି ଓ ଗୋଟିଏ ବିଦେଶୀ ମଦ ଦୋକାନ ବ୍ଲକ କାର୍ଯ୍ୟଳୟ ସମ୍ମୁଖ , ତହସିଲ କାର୍ଯ୍ୟାଳୟ ନିକଟ , ମୁଖ୍ୟ ବଜାର ନିକଟ , ଧାର୍ମିକ ଅନୁଷ୍ଠାନ ନିକଟ , ପଶୁ ଡାକ୍ତର ଖାନା ସମ୍ମୁଖରେ ଓ ଗାଁ ମଝିରେ ସ୍କୁଲ କଲେଜ୍ ଯିବା ଆସିବା ମୁଖ୍ୟ ରାସ୍ତା ପାର୍ଶ୍ବ ରେ ରହିଛି , ଦିନକୁ ଦିନ ଚନ୍ଦାହାଣ୍ଡି ବ୍ଲକ ୧୪ ଗୋଟି ପଞ୍ଚାୟତ ମଧ୍ୟର ଗାଁ ଗହଳି ରେ ବେଆଇନ୍ ମଦ ବେପାର ଓ ମଦୁଆ ମାନଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ହେତୁ ଓ ଘରେ ଘରେ ମଦ୍ୟପାନ କୁ ନେଇ ଗଣ୍ଡଗୋଳ ଅଶାନ୍ତି ବଢୁଥିବା ହେତୁ ଚନ୍ଦାହାଣ୍ଡି ବ୍ଲକ ନାରୀ ମହାସଙ୍ଘ ପକ୍ଷରୁ ଏହି ମଦ ମୁକ୍ତ ବା ମଦ ବିରୋଧି ଅଭିଯାନ ଆରମ୍ଭ କରାଯାଇ ଅଛି , ଜିଲ୍ଲା ପ୍ରଶାସନ ଯଦି ଏହି ବେଆଇନ୍ ମଦ ବ୍ୟବସାୟ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତାହେଲେ ଆଗମୀ ଦିନରେ ଏହି ମଦ ମୁକ୍ତ ବା ମଦ ବିରୋଧି ଅଭିଯାନ ଆହୁରି ଉଗ୍ର ଏବଂ ତୀବ୍ର ହେବ ବୋଲି ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଆଲୋଚନା ଆରମ୍ଭ ହେଇଗଲାଣି




 ଝରିଗାଁ ରୁ ନକୁଳ ଭତ୍ରାଙ୍କ ରିପୋର୍ଟ