Hot Posts

6/recent/ticker-posts

ବ୍ଳକ ସ୍ତରୀୟ ରାଷ୍ଟ୍ରଗୀତ “ବନ୍ଦେ ମାତରମ୍” ୧୫୦ ତମ ବାର୍ଷିକ ଉତ୍ସବ l

ନବରଙ୍ଗପୁର, ୧୯/୦୧ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ କାର୍ଯ୍ୟ|ଳୟ ପରିସରରେ ବ୍ଲକ ସ୍ତରୀୟ ରାଷ୍ଟ୍ରୀଗୀତ “ବନ୍ଦେ ମାତରମ୍” ର ୧୫୦ ତମ ବାର୍ଷିକ ଉତ୍ସବ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ପାଳିତ ହୋଇଯାଇଛି | ପ୍ରଥମେ ଜଗନ୍ନାଥ ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଦେଇ ଧୂପ, ଦୀପ ପ୍ରଜ୍ୱଳନ କରାଇବା ପରେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ଙ୍କ ରଚିତ ରାଷ୍ଟ୍ର ଗୀତ “ବନ୍ଦେ ମାତରମ୍” ସମବେତ ଗାନ କରାଯାଇଥିଲା।ଆତ୍ମ ନିର୍ଭର ଭାରତ ସ୍ଵଦେଶୀ ସଂକଳ୍ପ ପତ୍ର ସମସ୍ତେ ବାମ ହାତରେ ଧରି ଡାହାଣ ହାତ ଆଗକୁ ଦେଖାଇ ସଂକଳ୍ପ କରିଥିଲେ lଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗ ଦେଇ ରାଷ୍ଟ୍ର ଗୀତ, ରାଷ୍ଟ୍ର ଭକ୍ତି ଉପରେ ଉଦବୋଧନ ଦେଇଥିଲେ | ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗୀତା ଯଥା:- ପ୍ରବନ୍ଧରେ ଉପ କନିଷ୍ଠ ବିଭାଗରେ ଅବନ୍ତିକା ସ୍ଵାଇଁ (୧ମ),ସେବିକା ଭତ୍ରା (୨ୟ) ଓ ବସନ୍ତ ଶବର (୩ୟ), କନିଷ୍ଠ ବିଭାଗରେ ସାଇ ସତିଶ ବକ୍ସି (୧ମ), ସଞ୍ଜିତା ପନକା (୨ୟ) ଓ ବନିତା ହରିଜନ (୩ୟ), ବରିଷ୍ଠ ବିଭାଗରେ ଏସ. ହାରିକା (୧ମ), ରଞ୍ଜନ ସାନ୍ତା (୨ୟ) ଓ ରଘୁ ସାନ୍ତା (୩ୟ), ଏବଂ ବକ୍ତୃତାରେ ଉପ କନିଷ୍ଠ ବିଭାଗରେ ପ୍ରିନ୍ସ ରଞ୍ଜନ ସାହୁ (୧ମ), ଦେବାନନ୍ଦ ମାଝି (୨ୟ) ଓ ଟୁନା ପନକା (୩ୟ), କନିଷ୍ଠ ବିଭାଗରେ ସାଇନାଥ ପଣ୍ଡା (୧ମ), ମଧୁସ୍ମିତା ବଇପାରି (୨ୟ) ଓ କବିତା ମେହେର (୩ୟ), ବରିଷ୍ଠ ବିଭାଗରେ ଶୁଭ୍ରାଂଶୁ ଶେଖର ପଣ୍ଡା (୧ମ), ପାର୍ବତୀ ଭତ୍ରା (୨ୟ) ଓ ମିନାକ୍ଷୀ ପନକା (୩ୟ), ସଙ୍ଗୀତ ରେ ଉପ କନିଷ୍ଠ ବିଭାଗରେ ଜାଗୃତି ପଟ୍ଟନାୟକ (୧ମ), ପ୍ରସନ୍ନ ଗୌଡ (୨ୟ) ଓ ଶିବାନୀ ସାନ୍ତା (୩ୟ), କନିଷ୍ଠ ବିଭାଗରେ ମୀରା ବିଶୋଇ (୧ମ), ଗୀତାଞ୍ଜଳୀ ହରିଜନ (୨ୟ) ଓ ମଦନା ପୂଜାରୀ (୩ୟ), ବରିଷ୍ଠ ବିଭାଗରେ ପଙ୍କଜ ମାଝି (୧ମ), କରିମ ପନକା (୨ୟ) ଓ ଅର୍ଚ୍ଚିତା ଖିଲୋ (୩ୟ), ଏବଂ ଚିତ୍ରାଙ୍କନରେ ଉପ କନିଷ୍ଠ ବିଭାଗରେ ତପସ୍ଵିନୀ ପଣ୍ଡା (୧ମ), ଗଜେନ୍ଦ୍ର ଭତ୍ରା (୨ୟ) ଓ ରୀତିକା ଗୌଡ (୩ୟ), କନିଷ୍ଠ ବିଭାଗରେ ଅନ୍ତରାମ ମେହେର (୧ମ), ଥବୀର ହାଲବା (୨ୟ) ଓ ସାଗରିକା ମହାରଣା (୩ୟ), ବରିଷ୍ଠ ବିଭାଗରେ ମହେନ୍ଦ୍ର ସାନ୍ତା (୧ମ), ଟୁନା ସାନ୍ତା (୨ୟ) ଓ ଶ୍ରବଣ ମାଝି (୩ୟ) ପ୍ରମୁଖ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା | ଏଥିରେ ଅନ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ଧନସିଂ ଭତ୍ରା, ଭାଜପା ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀ, ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତ୍ରା, ରାଜ୍ୟସଭା ସାଂସଦ ଙ୍କ ପ୍ରତିନିଧି ରାମାରାଓ ଚୌଧୁରୀ, ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ, ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରା, ବିଡିଓ ସମୀର କୁମାର ପାତ୍ର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝୀ, ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ | ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିବା ବେଳେ ଅମୂଲ୍ୟ ଦଳାଇ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ | ବନ୍ଦେ ମାତରଂ ସମ୍ବନ୍ଧୀୟ ନୃତ୍ୟ, ଗୀତ ରେ ମଞ୍ଚ ଉଛୁଳି ପଡିଥିଲା l