ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟ କନସିଂହା ର 2006 ମାଟ୍ରିକ ବ୍ୟାଚ ର ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ।
ପଦ୍ମପୁର, ୨୦/୦୧ ( ଆଶିଷ କୁମାର ଭୋଇ ) : ବରଗଡ଼ ଜିଲ୍ଲା ପଦମପୁର ବ୍ଲକ୍ ନାଗେନମାଲ୍ ଠାରେ କନସିଂହା ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟ ର 2006 ମେଟ୍ରିକ୍ ବ୍ୟାଚ ର ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୫୦ ରୁ ୬୦ ଜଣ ଛାତ୍ର ଛାତ୍ରୀ ଯୋଗ ଦେଇ ଥିଲେ।ବିଶେଷ ଭାବରେ ମାନୁ, ରୀଙ୍କୁ, ଭୀମସେନ, ମେଘ, କିଶୋର, ମିଳନ, ଅରୁଣ, କାର୍ତ୍ତିକ, ରଞ୍ଜନ,ସତ୍ୟ, ସୁମିତ୍, ପ୍ରତାପ ସହଯୋଗ କରିଥଲେ।ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ଦୀର୍ଘ ୨୦ ବର୍ଷ ପୂର୍ତ୍ତି ଅବସରରେ ଏହି ସ୍ମରଣୀୟ ମୁହୂର୍ତ୍ତ କୁ ମନେ ରଖିବା ପାଇଁ ଏକ ବଉଳ ବୃକ୍ଷ ରୋପଣ କରିଥିଲେ।
ବରଗଡ ଜିଲ୍ଲା ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ।