Hot Posts

6/recent/ticker-posts

୭୮ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଅବସରରେ ନିଷ୍ଠା ପରିବାର ର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ନବମ ଦିନ୧୪୦ୟୁନିଟ୍ ରକ୍ତ ସଂଗୃହୀତ#

ବରଗଡ଼, ୦୨/୦୧ ( ଭାଗିରଥି ଭୋଇ ) : ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଅବସରରେ ବୀରାଧି ବୀର ବର ପ୍ରବଳ ପ୍ରତାପୀ ମଥୁରା ନରେଶ କଂସ ମହାରାଜଙ୍କ ଆଦେଶରେ ଜର୍ଜ ହାଇସ୍କୁଲ, ମୀନା ବଜାର ପଡିଆରେ ନିଷ୍ଠା ପରିବାର ତରଫରୁ ନବମ ଦିନ ନୂଆଁ ବର୍ଷ ରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ ମୁଖ୍ୟ ଅତିଥି  ଭାବରେ ଭଟଲି ବିଧାୟକ ଶ୍ରୀ ଇରାଶିସ ଆଚାର୍ଯ୍ୟ ଉପସ୍ଥିତ ରହି ମା ସମଲେଇଙ୍କ ପୂଜାର୍ଚ୍ଚନା ପରେ ଫିତା କାଟି ଶିବିରର ଶୁଭାରମ୍ଭ କରି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିବା ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।ସମ୍ବାନୀତ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ ସମରେନ୍ଦ୍ର ପଣ୍ଡା, ବରଗଡ଼ ବାର ତଥା ନାଗରିକ ମଞ୍ଚ ର ସଭାପତି ଭୀଷ୍ମ ଦେବ ସରାଫ, ଧନୁଯାତ୍ରା କମିଟି ର ସଭ୍ୟ ପରେଶ ବିଶି, ଛତିଶ ଗଡ଼ ରାଜ୍ୟ ବି ଜେ ପି ଉପ ସଭାପତି ଜଗନ୍ନାଥ ପାଣିଗ୍ରାହୀ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଧନୁଯାତ୍ରା ଦେଖିବାକୁ ଆସିଥିବା ସମୟରେ ରକ୍ତଦାନ ପାଇଁ ଯୁବକ ଓ ଯୁବତୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା।ବୁର୍ଲା ରକ୍ତଭଣ୍ଡାର ଦ୍ୱାରା ସର୍ବମୋଟ ୧୪୦ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।ଏହି ଶିବିରଟିକୁ ନିଷ୍ଠା ପରିବାରର ସମସ୍ତ ସଦସ୍ୟ ଓ ସଦସ୍ୟାମାନେ ସୁଚାରୁ ଓ ସୁସଂଗଠିତ ଭାବେ ପରିଚାଳନା କରିଥିଲେ।ସମସ୍ତ ରକ୍ତଦାତାମାନଙ୍କୁ ନିଷ୍ଠା ପରିବାର ତରଫରୁ କୋଟି କୋଟି ପ୍ରଣାମ ଓ ହୃଦୟରୁ ଧନ୍ୟବାଦ ଜଣାଉଛୁ।ରକ୍ତଦାନ ଶିବିର ସହ ସଂଲଗ୍ନ ଭାବେ ନିଷ୍ଠା ପରିବାର ତରଫରୁ ଏକ ସ୍ତନ୍ୟପାନ କେନ୍ଦ୍ରର ବ୍ୟବସ୍ଥା ମଧ୍ୟ କରାଯାଇଅଛି। 

ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ