ନିୟମଗିରି ରେ ନିରୋଗଶାଳା ଉଦ୍ଘାଟନ ସମାରୋହ
କଲ୍ୟାଣସିଂହପୁର, ୦୨/୦୧ ( ଭି. ଗୌରି ଶଙ୍କର ରାଓ ) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତର ଟାମକସିଲ ଗାଁରେ ନିୟମଗିରି ସୁରକ୍ଷା ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ନିରୋଗଶାଳା ଉଦ୍ଘାଟନ ସମାରୋହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଚାରି ଟେବୁଲ ଟ୍ରଷ୍ଟ ଅଧକ୍ଷ ଅନୁବ୍ରତ ବାରା, ସଭାପତି ମାନବ ସମ୍ବଳ ବିକାଶର ଜିଲ୍ଲା ସଭପତି ମାନସ ରଞ୍ଜନ ରଥ,ଅଲ ଓଡ଼ିଶା ଆଦିବାସୀ ସଙ୍ଗ ର ରାଜ୍ୟ ମହିଳା ଆବାହକ ବିଦୁ ଲତା ହୁଇକ। ଓ ଅତିଥି ଭାବରେ ରାୟଗଡା ପୌର ପାଲିକା ଉପାଧ୍ୟକ୍ଷ ଶୁଭ୍ରା ପଣ୍ଡା ଯୋଗ ଦେଇ ଶୁଭ ଉଦଘାଟନ କରି ଥିଲେ। ଏହି ଅବସରରେ ନିୟମଗିରି ଅଞ୍ଚଳର ଆଦିବାସୀ ଡଙ୍ଗରିଆ କନ୍ଧ ସମୁଦାୟ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ନେଇ ଚିନ୍ତା ପ୍ରକାଶ କରାଯାଇଥିଲା। ସଭାରେ ବକ୍ତାମାନେ ଅଭିଯୋଗ କରି କହିଥିଲେ ଯେ ବହୁରାଷ୍ଟ୍ରୀୟ କମ୍ପାନୀଗୁଡିକ ନିୟମଗିରି ଅଞ୍ଚଳକୁ ପ୍ରବେଶ କରି ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମି ଉପରେ ଅଧିକାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏହା ଫଳରେ ପରମ୍ପରାଗତ ଜୀବନଶୈଳୀ ଓ ଜୀବିକା ଉପରେ ଗୁରୁତର ପ୍ରଭାବ ପଡୁଛି ବୋଲି ସେମାନେ କହିଥିଲେ। ଅନ୍ୟପଟେ, ନିରୀହ ଆଦିବାସୀଙ୍କୁ ଭୟ ଦେଖାଇ ତାଙ୍କ ସରଳତାର ଫାଇଦା ଉଠାଯାଉଥିବା ଓ ମିଥ୍ୟା ଅଭିଯୋଗରେ ସେମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡ଼ାଯାଉଥିବା ନେଇ ମଧ୍ୟ ଗୁରୁତର ଅଭିଯୋଗ ଉଠିଥିଲା। ଏଭଳି ଘଟଣାରେ ଗୋଟିକ ପରେ ଗୋଟିକ ଆଦିବାସୀ ନିର୍ଯ୍ୟାତନାର ଶିକାର ହେଉଥିବା ଦାବି କରାଯାଇଥିଲା। ସଭା ଶେଷରେ ଆଦିବାସୀଙ୍କ ଅଧିକାର ସୁରକ୍ଷା, ଜଳ,ଜଙ୍ଗଲ,ଜମି ରକ୍ଷା ଓ ନିରୀହ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ କରିବା ପାଇଁ ସରକାର ଓ ପ୍ରଶାସନଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରାଯାଇଥିଲା।