Hot Posts

6/recent/ticker-posts

ସନ୍ଦେହ ଜନକ ଅବସ୍ଥାରେ ଦାଦନ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଠାବ,ପୋଲିସ ର ତଦନ୍ତ ଜାରି।

କଳାହାଣ୍ଡି, ୦୨/୦୧ ( ବିଷ୍ଣୁ ଚରଣ ସ୍ୱାଇଁ ) : ଛତିଶଗଡ଼ ରାଜ୍ୟ ଦେଭୋଗ ଥାନା ଅନ୍ତର୍ଗତ କେନ୍ଦୁପାଟି ଗାଁ ର ଯୁବକ ଶୋଭାଲାଲ ମାଝୀ ଙ୍କ ସହିତ ଗୋଆ ରେ ଦାଦନ ଖଟିବାକୁ ଯାଇଥିବା ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଖଇରା ପଞ୍ଚାୟତ ଲୁକାପଡା ଗ୍ରାମ ରକେଶରୀ ମାଝୀ ଙ୍କ ପୁଅ ପଦ୍ମନ ମାଝୀ (୨୩) ଙ୍କ ବନ୍ଧୁତା ସ୍ଥାପନ ହୋଇଥିଲା।ଦୁଇଜଣ ଗତ ୩୧ ତାରିଖରେ ଗୋଆ ରୁ ଟ୍ରେନ ରେ ଆସିଥିଲେ। ତେବେ ପଦ୍ମନ ନିଜ ଗାଁ ଲୁକାପଡା କୁ ନଯାଇ ନିଜ ବନ୍ଧୁ ଶୋଭାଲାଲ ମାଝୀ ଙ୍କ ସହ କେନ୍ଦୁପାଟି କୁ ଆସିଥିଲେ। ପରବର୍ତ୍ତୀ ସମୟରେ ଶୋଭାଲାଲ ଙ୍କ ସମ୍ପର୍କୀୟ ଭେନଇ କୋକସରା ଥାନା ଅନ୍ତର୍ଗତ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମ ର କେଦାର ମାଝୀ ଙ୍କ ଘର କୁ ଆସିଥିଲେ। ତେବେ ନୂଆବର୍ଷ ସେଠାରେ ଭୋଜିଭାତ ର ଆସର ରେ ମନାଇବା ପରେ ଗୁରୁବାର ରାତି ରୁ ପଦ୍ମନ ନିଖୋଜ ହୋଇ ଯାଇଥିଲେ। ଶୁକ୍ରବାର ଗାଁ ନିକଟରେ ଏକ ବମୁର ଗଛ ରୁ ତାଙ୍କର ଝୁଲନ୍ତା ଶବ ଠାବ ହେବାପରେ କୋକସରା ପୋଲିସ କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରିବା ସହ ମୃତ ଯୁବକ ଙ୍କ ପରିବାର ଙ୍କ ଉପସ୍ଥିତି ସାଇଣ୍ଟିଫିକ ଟିମ ସାହାଯ୍ୟରେ ଛାନଭିନ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ପଠାଇ ଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରିଥିଲେ। ତେବେ ପରିବାର ଲୋକେ ପଦ୍ମନ ଙ୍କ ମୃତ୍ୟୁ କୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ଓ ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି।ଏନେଇ କୋକସରା ପୋଲିସ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୧/୨୬ ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ