ଦାଦାଙ୍କ ଦେହାନ୍ତ
ଯାଜପୁର, ୨୫/୦୧ ( ରଂଜିତ ମହାନ୍ତି ) : ଆଉ ନାହାନ୍ତି ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦେଶକ ଅଭିଜିତ ମଜୁମଦାର। ଦିଲ୍ଲୀ ରୁ ଫେରିଲା ପରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ । ଆଜି ସକାଳ ୯:୨୦ ମିନିଟରେ ତାଙ୍କର ପରଲୋକ ହୋଇଥିବା ସୂଚନା l ଦୀର୍ଘ ଦିନ ଧରି ସେ ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ l ସେ ବହୁ ଲୋକପ୍ରିୟ ସଂଗୀତରେ ନିର୍ଦେଶନା ଦେଇ ନିଜର ପରିଚୟ ସୃଷ୍ଟି କରିଥିଲେ l ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି l