ଡାଇନାମିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରଥମ ସେମିଫାଇନାଲ ମ୍ୟାଚ
ବରୀ, ୩୦/୦୧ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଡ଼ାଇନାମିକ କ୍ରିକେଟ କ୍ଲବ ଆନୁକୂଲ୍ୟରେ ନବମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଜାନୁୟାରୀ ୨୫ ତାରିଖ ଠାରୁ ଇନ୍ଦିରାଗାନ୍ଧି ଖେଳପଡିଆ ରାମଚନ୍ଦ୍ରପୁର ଠାରେ ଅନୁଷ୍ଠିତ ହେଇଛି ଏଥିରେ ପ୍ରଥମ ସେମିଫାଇନାଲ ମ୍ୟାଚ ନିମପୁର କଟକ ସହିତ ବିଏସିସି ଭୁବନେଶ୍ୱର ମଧ୍ୟ୍ୟରେ ଅନୁଷ୍ଠିତ ହେଇଥିଲା ଭୁବନେଶ୍ୱର ପ୍ରଥମେ ଟସ ଜିତି ୨୫ ଇଭର ମ୍ୟାଚ ଖେଳି ୯ ୱଇକେଟ ହରାଇ ୧୫୨ ରନ ସଂଗ୍ରହ କରିଥିବା ବେଳେ ନିମପୁର କଟକ ୧୮ ଓଭର ମ୍ୟାଚ ଖେଳି ୪ ୱଇକେଟ ରେ ଜିତିଗଲେ ମ୍ୟାନ ଦ ମ୍ୟାଚ ସୁମିତ ରାଉତ ୩୫ ବଲ ରେ ରେ ୬୮ ସଂଗ୍ରହ କରିଥିଲେ ପୁରସ୍କାର ବିତରଣ ଉତ୍ସବ ରେ ଅତିଥି ଭାବେ ବରୀ ବ୍ଲକ ଜେଇ ସରୋଜ ପଣ୍ଡା ଓ ରାକେଶ ମଲ୍ଲିକ ଯୋଗଦେଇ ମ୍ୟାନ ଦ ମ୍ୟାଚ କୁ ଟ୍ରଫି ପ୍ରଦାନ କରିଥିଲେ ଟୁର୍ନାମେଣ୍ଟ କୁ ଜ୍ୟୋତି ରଞ୍ଜନ ମଲ୍ଲିକ, ରଘୁନାଥ ମଲ୍ଲିକ, ସୋମନାଥ ଜେନା, ଵାପିନା ବିଶ୍ୱାଳ, ଗୋବରା ମଲ୍ଲିକ, ଭରତ ମଲ୍ଲିକ ପ୍ରମୁଖ ପରିଚାଳନା କରୁଥିବାବେଳେ ଶନିବାର ଦ୍ୱିତୀୟ ସେମିଫାଇନାଲ ଆଦିତ୍ୟ ଇଲେଭେନ ସହିତ ଗୋଳକୁଣ୍ଡ ମଧ୍ୟ୍ୟ ରେ ଅନୁଷ୍ଠିତ ହେବ ବୋଲି କ୍ଲବ ପକ୍ଷରୁ ସୂଚନା ମିଳିଛି