ଖାଲି ପଡ଼ିଛି ପଦବୀ,ବଦଳି ହେଉଛନ୍ତି ଅଧିକାରୀ,ଉନ୍ନୟନ ବାଧାପ୍ରାପ୍ତ
ବରୀ, ୦୯/୦୧ ( ରଂଜିତ ମହାନ୍ତି ) : ବରୀ ବ୍ଲକ ରେ ବିଭିନ୍ନ ପଦବୀ ରେ ଅଧିକାରୀ ଓ କର୍ମଚାରୀ ନ୍କ ପଦବୀ ଖାଲି ପଡିବା ପରେ ବି ଜିଲ୍ଲା ପ୍ରଶାସନ ତରଫରୁ ଏହି ବ୍ଲକ ରୁ କର୍ମଚାରୀ ଙ୍କୁ ବଦଳି କରାଯିବା ଓ ତାଙ୍କ ସ୍ଥାନ ରେ ଅନ୍ୟ କାହାକୁ ନିଯୁକ୍ତି ନ ଦିଆଯିବା ଯୋଗୁଁ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।ସୂଚନା ମୁତାବକ ଏହି ବ୍ଲକ ର ପଂଚାୟତ ସମ୍ପ୍ରସାରଣ ଅଧିକାରୀ(ଜିପିଓ),ପ୍ରୋଗ୍ରେସିଭ ଆସିଷ୍ଟାଣ୍ଟ, ଉନ୍ନୟନ ବିଭାଗ କିରାଣୀ,ପ୍ରତିଷ୍ଠା ବିଭାଗ କିରାଣୀ,୧୫ ଟି ଏଡିଇଓ,୧୦ ଟି ପିଇଓ,ସହକାରୀ ଯନ୍ତ୍ରୀ ,୫ ଟି କନିଷ୍ଠ ଯନ୍ତ୍ରୀ ପଦବୀ ଖାଲି ପଡିଥିବା ବେଳେ ଏହି ବ୍ଲକ ରେ ଜଣେ ବି ପିଅନ ନ ଥିବା ଜଣାପଡିଛି।ପ୍ରକାଶ ଥାଉକି ସରକାରଙ୍କ ପଞ୍ଚାୟତରାଜ ବିଭାଗ ମୁଖ୍ୟତଃ ଉନ୍ନୟନ ମୂଳକ କାର୍ଯ୍ୟ ର ଏକ ମୁଖ୍ୟ ମାଧ୍ୟମ ହୋଇଥିବା ବେଳେ ଦୀର୍ଘଦିନ ଧରି ଏହି ପଦବୀ ଗୁଡିକ ଖାଲି ପଡ଼ିଥିବାରୁ ସରକାରୀ ଅନୁଦାନ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଶେଷ ହୋଇ ନ ପାରି ବିଭିନ୍ନ ପଂଚାୟତ ସ୍ତରରେ ଲକ୍ଷ ଲକ୍ଷ ଟଙ୍କା ଗଚ୍ଛିତ ରହିଥିବାର ଜଣାପଡିଛି।ଏହି ବ୍ଲକ ଅଧିନସ୍ଥ ଅଙ୍ଗାଳୋ ପଂଚାୟତର ସରପଞ୍ଚନ୍କ ଇସ୍ତଫା ଓ ନାୟବ ସରପଞ୍ଚ ଜିଲ୍ଲାପାଳ ନ୍କ ନିର୍ଦ୍ଦେଶ କ୍ରମେ ପଦ ହରାଇବା ପରେ ଗ୍ରାମପଞ୍ଚାୟତ ସମ୍ପସରଣ ପଦବୀ ଖାଲି ପଡିଥିବାରୁ ଏହି ପଞ୍ଚାୟତ ସରପଞ୍ଚ ପଦବୀ ପୂରଣ କରିବାକୁ ବାଧା ସୃଷ୍ଟି ହୋଇଛି।ବିଶେଷ କରି ବରୀ ବିଧାୟକ ବିଶ୍ୱ ରଂଜନ ମଲ୍ଲିକ ବିଜେଡି ସମର୍ଥିତ ହୋଇ ଥିବାରୁ ଉଭୟ ରାଜନୈତିକ ଦଳ ମଧ୍ୟରେ ତିକ୍ତତା ଯୋଗୁଁ ଏହି ପଦବୀ ପୂରଣ କ୍ଷେତ୍ରରେ କାହାରି ଆନ୍ତରିକତା ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।ବରୀ ଭଳି ଏକ ସମସ୍ୟା ବହୁଳ ଅଞ୍ଚଳରେ ସରକାରଙ୍କ ତରଫରୁ ଆସୁଥିବା ବିଭିନ୍ନ ଯୋଜନା କର୍ମଚାରୀଙ୍କ ଅଭାବରୁ ବାଧା ସୃଷ୍ଟି ହେବା ଓ ଜିଲ୍ଲା ପ୍ରଶାସନ ସବୁ ଜାଣି ଏହି ପଦବୀ ପୂରଣ କ୍ଷେତ୍ରରେ ନୀରବତା ଅବଲମ୍ବନ କରିବା ବରୀ ଅଂଚଳ ପ୍ରତି ପ୍ରଶାସନର ଉପହାସ ବୋଲି ବହୁ ରାଜନୈତିକ ପଣ୍ଡିତ ମତବ୍ୟକ୍ତ କରିଛନ୍ତି।ଏ ବିଷୟରେ ବରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅସିତ କୁମାର ମହାନ୍ତି କହିଛନ୍ତି କର୍ମଚାରୀଙ୍କ ଅଭାବ ସମସ୍ୟା ଯୋଗୁଁ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେବା ବିଷୟରେ ଜିଲ୍ଲାପାଳ ନ୍କ ନିକଟରେ ଲିଖିତ ଭାବେ ଅବଗତ କରିଛି।
୧.କର୍ମଚାରୀ ଅଭାବରୁ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ
୨.ଜିଲ୍ଲା ପ୍ରଶାସନ ର ବୈମାତୃକ ମନୋଭାବ ଯୋଗୁଁ ବରୀର ବିକାଶ ହୋଇପାରୁନି:ପ୍ରମୋଦ ସାମଲ,ପୂର୍ବତନ ସରପଞ୍ଚ,ମଧୁସୂଦନପୁର
୩.ସରପଞ୍ଚ ପଦବୀ ପୂରଣ ପାଇଁ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବା ଉଚିତ-ନିମାଇଁ ରାୟ,ଜିଲ୍ଲା ସଂଯୋଜକ,ନବ ନିର୍ମାଣ କୃଷକ ସଙ୍ଗଠନ