Hot Posts

6/recent/ticker-posts

ଏକାଗ୍ରତା ସହ ଉଦ୍ୟମକଲେ ଛାତ୍ରୀଛାତ୍ର ଆଗକୁ ବଢ଼ିପାରିବେ, ସନ୍ଥନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବରୀ, ୦୪/୦୧ ( ରଂଜିତ ମହାନ୍ତି ) : ବରୀ ବ୍ଲକ ବାଇଁଶିରିଆ ପଞ୍ଚାୟତ ବାଲିଆପାଳ ସନ୍ଥନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୮ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ଏଥିସହିତ ଏକାଗ୍ରତା ସହ ଉଦ୍ୟମ କଲେ ଛାତ୍ରୀଛାତ୍ର ନିଶ୍ଚିତ ଆଗକୁ ବଢ଼ିପାରିବେ ବୋଲି ମତ ରଖୁଥିଲେ। ସମ୍ମାନିତ ଅତିଥିଭାବେ ଶିକ୍ଷାବିତ ଗିରୀଶ ବିହାରୀ ଶ୍ର, ମୁଖ୍ୟବକ୍ତାଭାବେ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ଅଧ୍ଯକ୍ଷ ପ୍ରବୋଧ କୁମାର ସାମଲ ଓ ଅନ୍ୟତମ ଅତିଥ ଭାବେ ସାମାଜିକ କର୍ମୀ ଅରବିନ୍ଦ ମହାନ୍ତି ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ସମସ୍ଯା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ବିଧାୟକ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରିବା ସହ ସେମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ। ସଭାକାର୍ଯ୍ୟକୁ ବିଦ୍ୟାଳୟ ଅଧ୍ଯକ୍ଷ ବିଜୟ କୁମାର ଦାଶ ପରିଚାଳନା କରିଥିଲେ। ଲେ। ଅଧ୍ୟାପକ ଚିତ୍ତରଞ୍ଜନ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବିଧାୟକଙ୍କୁ ବିଦ୍ୟାଳୟ ପକ୍ଷରୁ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଛାତ୍ରୀଛାତ୍ରଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ଚିତ୍ତରଞ୍ଜନ ପରିଡ଼ାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀ ରାଶେଶ୍ବରୀ ଦାସଙ୍କୁ ଚଳିତ ବର୍ଷର ସ୍ମୃତିସମ୍ମାନ ପ୍ରଦାନ କରାଯାଇଥିଲା।