Hot Posts

6/recent/ticker-posts

ଶ୍ରୀକ୍ଷେତ୍ର ରତ୍ନ ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ରିଷିଡ଼ା ର ଯୁବ ସାମ୍ବାଦିକ ସୁଶାନ୍ତ ମଲ୍ଲିକ

କର୍ଲାମୁଣ୍ଡା, ୦୪/୦୧ (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମର ଯୁବ ସାମ୍ବାଦିକ ସୁଶାନ୍ତ ମଲ୍ଲିକ "ଶ୍ରୀକ୍ଷେତ୍ର ରତ୍ନ ସମ୍ମାନ" ରେ ଶୁକ୍ରବାର ସମ୍ବର୍ଦ୍ଧିତ ହୋଇଛନ୍ତି। ଏନେଇ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ସହଭାଗିତାରେ ପୁରୀ ପ୍ରଶାସନ ଦ୍ବାରା ଆୟୋଜିତ ବଡ଼ଦାଣ୍ଡ ଅନ୍ନପୂର୍ଣ୍ଣା ଥିଏଟର ଠାରେ ଶ୍ରୀକ୍ଷେତ୍ର ଲୋକକଳା କଲ୍ଚରାଲ ଆର୍ଟ ଏକାଡେମୀ ପୁରୀ ପକ୍ଷରୁ ଜାତୀୟ ସ୍ତରୀୟ ମହୋତ୍ସବରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମ ର ଯୁବ ସଂଗଠକ ତଥା ସାମ୍ବାଦିକ ସୁଶାନ୍ତ ମଲ୍ଲିକ ଙ୍କୁ ଶ୍ରୀକ୍ଷେତ୍ର ରତ୍ନ ସମ୍ମାନ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ପୂର୍ବରୁ ଶ୍ରୀ ମଲ୍ଲିକ ଓଡ଼ିଶା ସରକାରଙ୍କ ଦ୍ୱାରା ଗତ ତା.୨୫/୧୧/୨୦୨୫ ରିଖରେ ଭୁବନେଶ୍ବର ଜୟଦେବ ଭବନ ସ୍ଥିତ ଶରତ ମହୋତ୍ସବ କାର୍ଯ୍ୟକ୍ରମରେ ଓଡ଼ିଶା ରତ୍ନ ଆୱାର୍ଡ଼ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି। ଏହି ଖବର ପ୍ରଚାରିତ ହେବାପରେ କଳାହାଣ୍ଡି ର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ର ସୁଅ ଛୁଟୁଛି।