Hot Posts

6/recent/ticker-posts

“ବିଜେଡି–କଂଗ୍ରେସ–ବିଜେପିକୁ ଝଟକା: କରପା ପଞ୍ଚାୟତର ଆଠ ଗାଁ ସହ ୪ଶହରୁ ଅଧିକ କର୍ମୀ ବି.ଏସ୍‌.ପିରେ ସାମିଲ”

ରାୟଗଡା, ୦୯/୦୧ ( ଭି. ଗୌରି ଶଙ୍କର ରାଓ ) : ରାଜ୍ୟରେ ଭାଜପା ସରକାର ଗଢ଼ିଥିବା ବେଳେ ରାୟଗଡା ଜିଲ୍ଲା ର ୩ଗୋଟି ବିଧାୟକ ଆସନ କଂଗ୍ରେସ ଦଖଲ ରେ ରହିଛି I ସେହିପରି ଜିଲ୍ଲାପରିଷଦ ସମେତ ଜିଲ୍ଲାର ଅନେକ ସମିତି ଓ ପଞ୍ଚାୟତ ବିଜେଡି ଅକ୍ତିଆର କରିଛି I ତେବେ ତୃଣ ମୂଳ ସ୍ତରରେ ବହୁଜନ ସମାଜ ପାର୍ଟି ତାର ସଂଗଠନ କୁ ସୁଦୃଢ କରିବା ଦିଗରେ ଅହରହ ପରିଶ୍ରମ କରି ଚାଲିଥିବା ଦେଖିବାକୁ ମିଳିଛି I ଏହି ପରିପ୍ରେକ୍ଷୀରେ ଆଜି ରାୟଗଡା ଜିଲ୍ଲାର ବିଷମକଟକ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକ ଅଧିନସ୍ତ କରପା ଗ୍ରାମ ପଞ୍ଚାୟତ ଠାରେ ବହୁଜନ ସମାଜ ପାର୍ଟିର ମିଶ୍ରଣ ପର୍ବ ବ୍ଲକ ସଭାପତି କୃପାସିନ୍ଧୁ ଭତ୍ରା ଙ୍କ ପ୍ରୟାସରେ ଆୟୋଜିତ ହୋଇଯାଇଛି I ଏହି କ୍ରମରେ ଆଜି କରପା ପଞ୍ଚାୟତ ର ଆଠ ଖଣ୍ଡ ଗାଁ ବହୁଜନ ସମାଜ ପାର୍ଟି ରେ ସାମିଲ ହୋଇଛନ୍ତି I ଯାହା ଜିଲ୍ଲା ରାଜନୀତି କୁ ସରଗରମ କରିଥିବା କଲ୍ୟାଣସିଂହପୁର ବ୍ଲକ ରେ ଚର୍ଚ୍ଚା ର ବିଷୟ ପାଲଟିଛି I ଆଜି କରପା ପଞ୍ଚାୟତ ସ୍ଥିତ ଖମ୍ବେଶକଣା ର ଏକ ଆମ୍ବ ତୋଟା ଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା I ଯେଉଁଥିରେ ଲେଲିଂପଦର,ଏଚ୍ କୋନା,ସିଙ୍ଗାମୁହିଁ,ରାଣୀପଦର,ଟିକ୍ରା ଗୁଡା,ସଦଲସ,ଅଜୟ ଗଡ଼,ସମେତ ଖମ୍ବେଶ କଣା ପ୍ରମୁଖ ଗାଁ ର ଶତାଧିକ ମହିଳା,ପୁରୁଷ,ବୟସ୍କ ସମସ୍ତେ ଆଜି ବି.ଏସ.ପି ରେ ଯୋଗ ଦେଇଥିଲେ I ଏହିଭଳି ଭାବେ ବିଶାଳ ମିଶ୍ରଣ ପର୍ବ ଆୟୋଜନ କରି ଜିଲ୍ଲା ରେ ବହୁଜନ ସମାଜ ପାର୍ଟି ତାର ସଂଘଠନ କୁ ଦିନ କୁ ଦିନ ସୁଦୃଢ କରି ଚାଲିଛି Iମିଶ୍ରଣ ପର୍ବରେ ବହୁଜନ ସମାଜ ପାର୍ଟି ରାଜ୍ୟ ସମ୍ପାଦିକା ସୁନିତା ବିଡ଼ିକା ମୂଖ୍ୟ ଅତିଥି ଏବଂ ରାୟଗଡା ଜିଲ୍ଲା ପ୍ରଭାରୀ ରାମଦାସ ଟାକ୍ରୀ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ନବାଗତଙ୍କୁ ସ୍ୱାଗତ କରିଛନ୍ତି । ଆଜି କଲ୍ୟାଣସିଂହପୁର ବ୍ଲକର ବହୁ ବିଜେଡି, ବିଜେପି ଏବଂ କଂଗ୍ରେସ୍ ଦଳର ଚାରି ସହ ରୁ ଅଧିକ ସକ୍ରିୟ କର୍ମୀ ମାନେ ନିଜ ଦଳ ଛାଡି ବି.ଏସ୍‌.ପି ରେ ଯୋଗଦାନ କରିଛନ୍ତି । ଲୋକେ ଯେଉଁ ବିଶ୍ୱାସ ନେଇ ବହୁଜନ ସମାଜ ପାର୍ଟି ରେ ଯୋଗ ଦେଉଛନ୍ତି ସେମାନଙ୍କ ଦ୍ୱାରା ଦଳ ଆହୁରି ସୁଦୃଢ ହେବ ଏବଂ ଆଗାମୀ ଦିନ ରେ ବହୁଜନ ସମାଜ ପାର୍ଟି ଜିଲ୍ଲା ର ରାଜନୈତିକ ସମୀକରଣ ବଦଳାଇବା ର କ୍ଷମତା ଅର୍ଜନ କରିପାରିବ ବୋଲି ଜିଲ୍ଲା ପ୍ରଭାରୀ ରାମଦାସ ଟାକ୍ରୀ ପ୍ରକାଶ କରିଛନ୍ତି I ତେବେ ନିର୍ବାଚନ ପର ଠାରୁ କଂଗ୍ରେସ ର ଅନ୍ତଃ କନ୍ଦଳ,ଭାଜପା ର ଦୁର୍ବଳ ସାଙ୍ଗଠନିକ ସ୍ଥିତି ଏବଂ ପରାଜୟ ପରେ ସୁପ୍ତ ପଡ଼ିଥିବା ବିଜୁ ଜନତା ଦଳ ର ଯଥାସ୍ଥିତି ଦେଖି ବିଶେଷ କରି ଗ୍ରାମାଞ୍ଚଳ ଭୋଟର ମାନେ ବହୁଜନ ସମାଜ ପାର୍ଟି କୁ ବିକଳ୍ପ ଭାବେ ଦେଖୁଥିବା ରାଜନୈତିକ ବିଶେଷଜ୍ଞ ପ୍ରକାଶ କରିଛନ୍ତି I