ପିଏମ ଶ୍ରୀ ଦିନାର ସିଂ ସ୍ମୃତି ସରକାରୀ(ଏସଏସଡ଼ି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବଇଡ଼ାରେ ବାର୍ଷିକ ଉତ୍ସବ
କନ୍ଧମାଳ ୨୭/୧ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ବ୍ଲକ ଅନ୍ତର୍ଗତ ପିଏମ ଶ୍ରୀ ଦିନାର ସିଂ ସ୍ମୃତି ସରକାରୀ(ଏସଏସଡ଼ି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବଇଡ଼ା ରେ ରବିବାର ଆଡମ୍ବର ସହିତ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥି ମାନଙ୍କୁ ଛାତ୍ରୀ ମାନେ ନୃତ୍ୟର ତାଳେ ତାଳେ ସ୍ୱାଗତ ଜଣାଇ ସଭା ମଞ୍ଚକୁ ପାଛୋଟି ନେଇଥିଲେ । ଅତିଥି ମାନେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ଦ୍ବୀପ,ଧୂପ ଦେଇ ସଭା ଆରମ୍ଭ କରିଥିବା ସଙ୍ଗେ ଆସନ ଅଳଙ୍କୃତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଲାଲ ନାଏକ ଙ୍କ ସଭାପତିତ୍ବ ରେ ଆରମ୍ଭ ହୋଇଥିବା ଉତ୍ସବରେ ଧନ୍ଦା ମୂଳକ ଶିକ୍ଷା ବିଭାଗର ଶିକ୍ଷକ କୃପା ମୁଖୀ ସଂଯୋଜନା କରି କାର୍ଯ୍ୟକ୍ରମ ଆଡମ୍ବର ସହିତ ଆରମ୍ଭ କରିଥିଲେ । ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ,ମୁଖ୍ୟବକ୍ତା ଭାବେ ଶଙ୍କରାଖୋଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ରାମକୃଷ୍ଣ ମହାନ୍ତି, ସମ୍ମାନୀତ ଅତିଥି ଭାବେ ଡାମିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ କୁମାର ସାହୁ, ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସଭାପତି ଗୋଲକ ବିହାରୀ କହଁର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଶ୍ଵମ୍ବର ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ପୂର୍ବତନ ସଭାପତି ବେଲାଳସେନ କହଁର, ବିଦ୍ୟାଳୟର ସହକାରୀ ଶିକ୍ଷକ ଜୟ ନାରାୟଣ ମିଶ୍ର ପ୍ରମୂଖ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଲାଲ ନାଏକ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ କ୍ରୀଡ଼ା ଶିକ୍ଷକ କୃଷ୍ଣ ଚନ୍ଦ୍ର ଗୌଡ଼ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥି ମାନେ ବିଦ୍ୟାର୍ଥୀ ମାନଙ୍କୁ କଠିନ ପରିଶ୍ରମ,ଶୃଙ୍ଖଳା, ସଂସ୍କାର ସହିତ ପାଠ ପଢିଲେ ଜୀବନରେ ନିଶ୍ଚିତ ସଫଳତା ମିଳିବ ବୋଲି ଉପଦେଶ ଦେବା ସହିତ ଏସଏସଡ଼ି ଓ ପିଏମ ଶ୍ରୀ ବିଦ୍ୟାଳୟ ଗୁଡ଼ିକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ କୋଟି କୋଟି ଟଙ୍କା ପ୍ରଦାନ କରୁଥିବା ଓ ବିଦ୍ୟାର୍ଥୀ ମାନେ ଭଲ ପାଠ ପଢ଼ି ବିଦ୍ୟାଳୟ, ଜିଲ୍ଲା,ରାଜ୍ୟ ଓ ଦେଶରେ ନାମ ଟେକ ରଖିବା ପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ କନିଷ୍ଠ ଓ ବରିଷ୍ଠ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ତାପରେ ଶିକ୍ଷାର୍ଥୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।