Hot Posts

6/recent/ticker-posts

ବିଜେପି ପକ୍ଷରୁ ସାଙ୍ଗଠନିକ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ ୨୭/୧ (ଅଚ୍ୟୁତ ଜାନୀ) : ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରହିଥିବା ବେଳେ ବିଜେପି ଏବେ ଠାରୁ ସଂଗଠନକୁ ମଜବୁତ କରିବା ଆରମ୍ଭ କରିଦେଲାଣି । ବିଭିନ୍ନ ସ୍ଥାନରେ ବୈଠକ କରି ସଂଗଠନକୁ ମଜବୁତ କରିବାରେ ବ୍ୟସ୍ତ । ଅନ୍ୟ ସମସ୍ତ ରାଜନୈତିକ ଦଳ ମାନଙ୍କ ଭିତରେ ଏବେଠୁ ଆରମ୍ଭ ହୋଇଗଲାଣି ଅଙ୍କ କସା । ଗାଁକୁ ଗାଁ ବୁଲି ଆୟୋଜନ କରୁଛନ୍ତି ମିଶ୍ରଣ ପର୍ବ ।ଅନୁରୂପ ଭାବରେ ଶାସକ ବିଜେପି ମଧ୍ୟ ତାର ରଣନୀତି ଆରମ୍ଭ କରିଦେଇଛି । ତେବେ ଆଜି କନ୍ଧମାଳ ଜିଲ୍ଲା ଫୁଲବାଣି ନିର୍ବାଚନ ମଣ୍ଡଳୀର ଫୁଲବାଣୀ ଗ୍ରାମୀଣ ମଣ୍ଡଳ ତରଫରୁ ବିସିପଡା ଗାଁ ନିକଟରେ ଥିବା ଶାଳ ବଣରେ ଏକ ବିଶାଳ କର୍ମୀ ସମ୍ମିଳନୀ ସହ ବନ୍ଧୁ ମିଳନ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସଭାପତି ଗୋଲକ ବିହାରୀ କହଁରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ଦଳର ନୀତି ଆଦର୍ଶକୁ ଭଲପାଇ ଫୁଲବାଣୀ ବ୍ଲକ ଅଞ୍ଚଳର ଶତାଧିକ ବିଜେଡ଼ି ଏବଂ କଂଗ୍ରେସର କର୍ମୀ ବିଜେପିରେ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରେ ଜାମୁଝୋରି ପଞ୍ଚାୟତ ବରିଷ୍ଠ ବିଜେଡି ନେତା ପ୍ରେମାନନ୍ଦ ବେହେରା, ପୂର୍ବତନ ସରପଞ୍ଚ ବିଜୟ କହଁର,ଗୁମାଗଡ ପଞ୍ଚାୟତର ରାଜେଶ ଦିଗାଲ, ସାଗର ଦିଗାଲ, ବିଶିପଡ଼ା ପଞ୍ଚାୟତର ପ୍ରଭାତ ଦିଗାଲ, ଚନ୍ଦ୍ରକାନ୍ତ ଦିଗାଲ, ଓ ରୀଙ୍କୁ ଦିଗାଲ ଶତାଧିକ ଲୋକ ବିଜେପି ରେ କଂଗ୍ରେସ ଓ ବିଜେଡି ନେତାଙ୍କ ସହ ଆଗଧାଡିର କର୍ମୀମାନେ ବିଜେପିରେ ଅନୁଷ୍ଠାନିକ ଭାବରେ ସାମିଲ ହୋଇଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ତଥା କନ୍ଧମାଳ ଜିଲ୍ଲାର ବରିଷ୍ଠ ବିଜେପି ନେତା ଭଗବାନ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ଜିଲ୍ଲା ସଭାପତି ପଣ୍ଡିତ କୁମାର ବିଶିମାଝି, ଜିଲ୍ଲା ଉପ ସଭାପତି ଗୋଲକ ବିହାରୀ କହଁର, ବରିଷ୍ଠ ନେତା ତଥା ଜିଲ୍ଲା ସାଧାରଣ ସମ୍ପାଦକ ସଂଜିତ କୁମାର ମଣ୍ଡଳ, ସୁକାନ୍ତ ସାହୁ,ଜିଲ୍ଲା ସମ୍ପାଦକ ତଥା ଯୁବନେତା ମୁକ୍ତିକାନ୍ତ ମହାନ୍ତି, ମିଣିଆ ପଞ୍ଚାୟତ ସରପଞ୍ଚ ଗୌତମ ମଲିକ, କେରେଡ଼ି ସରପଞ୍ଚ ପ୍ରମୁଖ ଖମାରୀ,ଗ୍ରାମୀଣ ମଣ୍ଡଳ ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରତିନିଧି ଲଳିତ ଦିଗାଲ,ବିଶିପଡା ଅଞ୍ଚଳର ଟାଣୁଆ ଯୁବନେତା ସଞ୍ଜୟ ଦିଗାଲ,ପୂର୍ବତନ ଗ୍ରାମୀଣ ମଣ୍ଡଳ ସଭାପତି ଆଦିତ୍ୟ କହଁର ଓ ଭାଗୀରାମ ଦିଗାଲଙ୍କ ସହ ବିଜେପି ର ବହୁ ଆଗ ଧାଡିର ନେତା ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଅବସରରେ ଅତିଥି ମାନେ ବିଜେପି ସରକାରଙ୍କ ନୂତନ ଯୋଜନା ଭିଭିଜି ରାମ ଜି ତଥା ବିକଶିତ ଭରତ ଗ୍ୟାରେଣ୍ଟି ରୋଜଗାର ଆଜୀବିକା ମିସନ ଗ୍ରାମୀଣ ଉପରେ ମତ ପ୍ରକାଶ କରିଥିଲେ ।