Hot Posts

6/recent/ticker-posts

ଷୋଡ଼ଷତମ ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ

ରାୟଗଡ଼, ୨୫/୦୧ ( ଭି. ଗୌରି ଶଙ୍କର ରାଓ ) : ଜିଲ୍ଲା ପ୍ରଶାସନ ପକ୍ଷରୁ ଷୋଡ଼ଷ ଜିଲ୍ଲା ସ୍ତରୀୟ ମତଦାତା ଦିବସ ପାଳିତ ହୋଇଛି। ସକାଳ ଆଠ ଘଟିକା ସମୟରେ ଏକ ବିରାଟ ସଚେତନତା ଶୋଭାଯାତ୍ରା ବ୍ଳକ ଛକରୁ ବାହାରି ସହର ପରିକ୍ରମା ପରେ ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷ୍ୟାଳୟ ଠାରେ ପହଞ୍ଚିଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଉପଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜୀକରଣ ଅଧିକାରୀ ରମେଶ କୁମାର ଜେନା ଜିଲ୍ଲା ନିର୍ବାଚନ ବିଭାଗର ଡ଼େପୁଟି କଲେକ୍ଟର ମାନଭେଲା ପ୍ରିୟଦର୍ଶିନୀ, ଏବିଡିଓ କାଳୁ ଚରଣ ନାୟକ, ପୌରପାଳିକା ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ପ୍ରମୂଖ ଉପସ୍ଥିତିରେ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଶହେ ମିଟର ଲମ୍ବର ବହୁଭାଷୀ ବ୍ୟାନର ଶୋଭାଯାତ୍ରାର ବିଶେଷ ଆକର୍ଷଣ ଥିଲା। ବହୁଭାଷୀ ପ୍ଳାକାର୍ଡ଼ ଓ ସ୍ଲୋଗାନରେ ସହର ମୁଖରିତ ହୋଇ ଉଠିଥିଲା। ଶୋଭାଯାତ୍ରାରେ ରାୟଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟ, ରାୟଗଡ଼ ମହାବିଦ୍ୟାଳୟ, ସେଞ୍ଚୁରିୟାନ୍ ବିଶ୍ୱବିଦ୍ୟାଳୟ, ଶ୍ରୀ ଉଗ୍ରତାରା ମହାବିଦ୍ୟାଳୟ, ମଡେଲ ଡିଗ୍ରୀ କଲେଜ, ଜିଷ୍ଟ , ଜିଆଇଏସିଆର ଆଦି କଲେଜର ଛାତ୍ର ଛାତ୍ରୀ , ଜିଲ୍ଲାପାଳ, ଉପଜିଲ୍ଲାପାଳ, ବ୍ଳକ, ତହସିଲ କାର୍ଯ୍ୟାଳୟ ସହ ଜଙ୍ଗଲ, ନେହେରୁ ଯୁବ କେନ୍ଦ୍ର ଓ ଅନ୍ୟାନ୍ୟ ସମସ୍ତ ସରକାରୀ ଓ ବେସରକାରୀ ବିଭାଗର କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ। ସେଲଫି ପଏଣ୍ଟରେ ସଭିଏଁ ନିଜ ଫଟୋ ଉତ୍ତୋଳନ କରି ଆନନ୍ଦ ଉଠାଇଥିଲେ। ଏହି ଅବସରରେ ଦସ୍ତଖତ ଅଭିଯାନର ଆୟୋଜନ କରାଯାଇଥିଲା। ଚିତ୍ରାଙ୍କନ ପ୍ରତିଯୋଗୀତାର ଚିତ୍ର ଗୁଡିକୁ ନେଇ ଫଟୋ ଗ୍ୟାଲେରି ଲୋକାର୍ପଣ କରାଯାଇଥିଲା।
ଦିବା ଦଶ ଘଟିକା ସମୟରେ ବିଜୁ ପଟ୍ଟନାୟକ ପ୍ରେକ୍ଷ୍ୟାଳୟ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଓ ପବିତ୍ର ସମ୍ବିଧାନର ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଉଦ୍ଘାଟନ କରାଯାଇଥିଲା। ମଞ୍ଚରେ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ରମେଶ ଜେନା, ଜିଲ୍ଲା କାର୍ଯ୍ୟାଳୟର ଡେପୁଟି କଲେକ୍ଟର ମାନଭେଲା ପ୍ରିୟଦର୍ଶିନୀ, ରୂପାଲି ପାତ୍ର ଓ ସିଦ୍ଧାର୍ଥ ଆନନ୍ଦ ପଣ୍ଡା, ସହକାରୀ ଜିଲ୍ଲାପାଳ କୈଳାସ ଚନ୍ଦ୍ର ସ୍ଵାଇଁ, ପ୍ରଫୁଲ୍ଲ କୁମାର ବେହେରା ଓ ବିଚିତ୍ରା ସେଠୀ ମଞ୍ଚାସୀନ ଥିଲେ। ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ମତଦାତା ସଂକଳ୍ପ ପାଠ କରାଯାଇଥିଲା। ଜିଲ୍ଲାର ପ୍ରତି ବ୍ଲକ ରୁ ଉତ୍ତମ କାର୍ଯ୍ୟ ପ୍ରଦର୍ଶନ ପାଇଁ ବିଏଲଓ ଓ ସୁପରଭାଇଜରଙ୍କୁ ପୁରସ୍କୃତ କରାଯାଇଥିଲା। ଗୁଣପୁର ନିର୍ବାଚନ ମଣ୍ଡଳୀ ରୁ ଭାସ୍କର ପଣ୍ଡା, ପଦ୍ମାବତୀ ପଢ଼ିହାରୀ ସଞ୍ଜନୀତା ଶବର, ବିଷମକଟକ ନିର୍ବାଚନମଣ୍ଡଳୀ ରୁ ଉଦୟ ଚନ୍ଦ୍ର ଲାବଲା, ସୁରେନ୍ଦ୍ର କଣ୍ଡାଗରି ଓ ସୁରେଶ ପୁଆଲା ଏବଂ ରାୟଗଡ଼ ନିର୍ବାଚନ ମଣ୍ଡଳୀରୁ ପ୍ରମୋଦ କୁମାର ମାର୍ଥା, ବାସୁଦେବ ବେହେରା ଓ ସସ୍ମିତା ମିଶ୍ର ଉତ୍ତମ ବିଏଲଓ ରୂପେ ସମ୍ମାନିତ ହୋଇଥିଲେ। ଉତ୍ତମ ସୁପରଭାଇଜର ରୂପେ ଗୁଣପୁର ରୁ ଶିବ ପ୍ରସାଦ ମହାପାତ୍ର, ନିରାକାର ସାହୁ, ନୀଳାମ୍ବର ସେଠୀ , ବିଷମକଟକ ରୁ ଆନନ୍ଦ ଚନ୍ଦ୍ର ଜେନା, ଶତାମ୍ବର ପ୍ରଧାନୀ ଓ ରାୟଗଡ଼ରୁ ଗଙ୍ଗାରାଜୁ ପ୍ରାସାଦ ବ୍ରହ୍ମା,ଲିପ୍ତ କେଶରୀ ବେହେରା, ଏବିଇଓ ଛବିଲାଲ ସିଂ ଙ୍କୁ ସମ୍ମାନିତ କରାଯାଇଥିଲା। ପୃଥିବୀର ସର୍ବ ବୃହତ ଗଣତନ୍ତ୍ର ରାଷ୍ଟ୍ରରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସୁଦୃଢ କରିବା ସହ ଅବାଧ, ନିରପେକ୍ଷ ନିର୍ବାଚନ ନିମନ୍ତେ ଶତ ପ୍ରତିଶତ ଯୋଗ୍ୟ ଭୋଟରଙ୍କ ପଞ୍ଜୀକରଣ ସହ ନିର୍ବାଚନରେ ଅଂଶ ଗ୍ରହଣ ର ଆବଶ୍ୟକତା ବିଷୟରେ ଅତିଥି ବୃନ୍ଦ ଗୁରୁତ୍ଵ ଆରୋପ କରିଥିଲେ। ସେହିପରି ପ୍ରତି ବୁଥ ସ୍ତରରେ ଜାତୀୟ ମତଦାତା ଦିବସ ପାଳିତ ହୋଇଛି। ଭୋଟରଙ୍କୁ ସଂକଳ୍ପ ପାଠ କରାଇବା ସହ ଯୁବ ଓ ନୂତନ ଭୋଟର ଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡେପୁଟି କଲେକ୍ଟର ରୂପାଲି ପାତ୍ର ସ୍ଵାଗତ ଭାଷଣ ଦେଇଥିଲେ ଏବଂ ମାନଭେଲା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ। ରାୟଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ଓ ମଡେଲ ଡିଗ୍ରୀ କଲେଜ ର ଛାତ୍ରଛାତ୍ରୀ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶିକ୍ଷକ ନୀଳାଞ୍ଚଳ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଭାରତୀ ଜେନା, ଭରତ ଶଗଡିଆ, ଚନ୍ଦ୍ର ଶେଖର ରଥ ଏମ ମଣିକଣ୍ଟା, ନରେଶ ସିଂ ସମେତ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ l